ଦେଖନ୍ତୁ ଭିଡ଼ିଓ: ଟ୍ରେନ ଦୁର୍ଘଟଣା ପରେ ଶବ ଭିତରୁ ନିଜ ପୁଅର ମୃତଦେହକୁ ଖୋଜୁଛି ଏହି ଅସହାୟ ବାପା, ଆଖିରେ ଲୁହ ଛଳଛଳ

 
Baleswar yrain accident

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପରେ ଶହ ଶହ ଶବ ଗଦା ହୋଇଛି। ଏପର୍ଯ୍ୟନ୍ତ ୨୭୫ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବାପା ଟ୍ରେନ ଦୁର୍ଘଟଣା ପରେ ନିଖୋଜ ହୋଇଯାଇଥିବା ପୁଅର ମୃତଦେହକୁ ଖୋଜୁଛନ୍ତି। ଓଡ଼ିଶା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଃଖୀ ପିତାଙ୍କ ପୁଅକୁ ଖୋଜୁଥିବା ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅସହାୟ ବାପା ଅନେକ ମୃତଦେହ ମଧ୍ୟରେ ପୁଅକୁ ଖୋଜୁଛନ୍ତି। ଏହି ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଶବର ମୁହଁକୁ ଚାହିଁ ପୁଣି ଧଳା ଚାଦର୍ ଦ୍ୱାରା ମୁହଁକୁ ଘୋଡାଇ ଦେଉଛନ୍ତି।

Train

ଟ୍ରେନ୍ ଦୁର୍ଘଟଣା ପରେ ଘଟଣାସ୍ଥଳ ନିକଟ ଏକ ବିଦ୍ୟାଳୟରେ ଏକ ଗଦା ମୃତଦେହ ଦେଖିବାକୁ ମିଳିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟକ୍ତି ଜଣକ ନିଜ ପୁଅର ସନ୍ଧାନରେ ସେହି ମୃତଦେହ ମଧ୍ୟରେ ଖୋଜୁଛନ୍ତି। ତାଙ୍କ ଆଖିରୁ ଲୁହ ଝରି ଆସୁଛି।  କାନ୍ଦି କାନ୍ଦି କହୁଛନ୍ତି ଯେ ସେ ସବୁ ଆଡେ ଖୋଜିଲେ କିନ୍ତୁ ପୁଅକୁ ପାଉ ନାହାଁନ୍ତି।  ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ରବିନ୍ଦ୍ର କୁହାଯାଉଛି। ଭିଡିଓ ତିଆରି କରୁଥିବା ବ୍ୟକ୍ତି ପଚାରିଛନ୍ତି, ମିଲା ବେଟା ଆପକୋ? ଏହା ଉପରେ ବ୍ୟକ୍ତି କହନ୍ତି, 'ମିଲତା ନେହିଁ ହେ ମୋ ପୁଅକୁ ଖୋଜିଦିଅ'।

ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ଧାରଣାରୁ ତିନିଟି ଟ୍ରେନର ଭଗ୍ନାବଶେଷକୁ ହଟାଇ ଦିଆଯାଇଛି । ଏବେ ବି ଜାରି ରହିଛି ରେସକ୍ୟୁ ଅପରେସନ୍‌ । ଓଡ୍ରାଫ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍‌ ଉଦ୍ଧାର ଅଭିଯାନରେ ଲାଗିଛନ୍ତି । ରେଳ ଲାଇନରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ପରେ ଆରମ୍ଭ ହୋଇଛି ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ ।