ଦେଖନ୍ତୁ ଭିଡିଓ: ପୁରା ଫିଲ୍ମ ଷ୍ଟାଇଲେ ଘଟିଛି ଛାତିଥରା ଦୁର୍ଘଟଣା, ବାଇକ ସ୍କର୍ପିଓ ଅଟୋ ଧକ୍କା, ଚାଲିଗଲା ୩ଜଣଙ୍କ ଜୀବନ

 
Auto sporpio bike

କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Accident

ସୂଚନା ଅନୁଯାୟୀ ଛତିଶଗଡ଼ ଜଗଡଲପୁରରୁ ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଆସୁଥିଲା ଆର ପଟରୁ ଏକ ବାଇକ ଟ୍ରାକ୍ଟର ଏବଂ ଅଟୋ ଯାଉଥିଲା ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ବାଇକ ଏବଂ ଅଟୋକୁ ଧକ୍କା ଦେଇ ଏକ ନାଳ ମଧ୍ୟକୁ ଚାଲି ଯାଇଥିଲେ। ଫଳରେ ଅଟୋ ଏବଂ ବାଇକ ଛିଟିକି ପଡିଥିଲା। ଅଟୋରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ବସିଥିଲେ। ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ। କେବେବି ଦେଖିନଥିବେ ଏମିତି ଲୋମଟାଙ୍କୁରା ଦୁର୍ଘଟଣା। ଦେଖିବା ଲୋକ ଦେଖିପାରୁନାହାଁନ୍ତି ଆଉ ପାଖରେ ଛିଡା ହୋଇଥିବା ଲୋକ ସ୍ଥାଣୁ ପାଳଟି ଯାଇଛନ୍ତି। କାହିଁକିନା ନିମିଷକ ମଧ୍ୟରେ ସବୁକିଛି ଛାରଖାର ହେଇଗଲା। ଜୋର ଶବ୍ଦ ହେଲା ହଠାତ୍‌ କେହି କିଛି ବୁଝି ପାରିଲେନି କଣ ଘଟିଗଲା ଏସବୁ। କିନ୍ତୁ କେହି କିଛି ବୁଝିବା ପୂର୍ବରୁ ୩ ଜଣଙ୍କ ପ୍ରାଣ ତୁଣ୍ଡରୁ ଚାଲି ଯାଇଥିଲା।

ଏ ଲୋମଟାଙ୍କୁରା ଦୁର୍ଘଟଣାଟି ଏମିତି ଘଟିଛି ଯେ ଆମେ ତାର ସ୍ପଟେ ଚିତ୍ର ଆପଣଙ୍କୁ ଦେଖାଇ ପାରିବୁନି। ରାସ୍ତାରେ ଖାଲି କାନ୍ଦ ବୋବାଳି ଆଉ ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଭୁଥିଲା। ଉପସ୍ଥିତ ଲୋକେ ବୁଝିି ପାରୁନଥିଲେ ଏତେ ଲୋକଙ୍କ ମଧ୍ୟରୁ କାହାକୁ ବଞ୍ଚାଇବେ ଆଉ କାହାକୁ ଛାଡିବେ।

ସିସିଟିଭିରେ ଦେଖିବାକୁ ମିଳିଛି ଗୋଟିଏ ସ୍କୋର୍ପିଓ ଓ ଯାତ୍ରୀବାହୀ ଅଟୋ ଗୋଟିଏ ଦିଗରୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଯାଉଥିଲା। ସ୍କୋର୍ପିଓଟି ଦ୍ରୁତ ଗତିରେ ଆସୁଥିଲା। ସେ ଅଟୋକୁ ଓଭରଟେକ୍‌ କରିବାକୁ ପ୍ରୟାସ କରୁଥିଲା। ସେହି ସମୟରେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଟ୍ରାକ୍ଟରକୁ ଓଭରଟେକ୍‌ କରି ଯାଉଥିବା ବେଳେ ସ୍କୋର୍ପିଓ ସହିତ ମୁହାଁମୁହିଁ ଶକ୍ତ ଧକ୍କା ହେଲା। ଆଉ ଏତେ ଜୋରରେ ବାଡ଼େଇ ହୋଇଯାଇଥିଲା ଯେ ଭାରସାମ୍ୟ ହରାଇଥିବା ସ୍କୋର୍ପିଓଟି ଏହା ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା ଓ ଏଥିରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ବାହାରକୁ ଛିଟିକି ପଡ଼ିଥିଲେ।