ଦେଖନ୍ତୁ ଭିଡିଓ: ପ୍ରେମିକାକୁ ପଛରେ ବସାଇ ଫୁଲ୍ ସ୍ପିଡରେ ଯାଉଥିବା ବେଳେ ପିଟିହେଲେ ଅଟୋ ସହ, ଆଉ ତାପରେ ହୋଇଗଲା ୨ ଖଣ୍ଡ

 
Premi jugala

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା ୨ ଖଣ୍ଡ ହୋଇଗଲା ପଲସର ବାଇକ୍। ଆଚାର୍ଯ୍ୟବିହାର ଓଭରବ୍ରିଜରେ ଅଟୋକୁ ପଛରୁ ପିଟିଲା ବାଇକ୍। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ଦୁଇ ଖଣ୍ଡ ହୋଇଗଲା ପଲସର। ହେଲେ ଭାଗ୍ୟର ବିଷୟ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ଅତ୍ୟଧିକ ସ୍ପିଡ୍ ଯୋଗୁଁ ଏପରି ହୋଇଥିବା ଜଣା ପଡ଼ିଛି।

Bike

ସୂଚନାଯୋଗ୍ୟ, ରାସ୍ତାରେ ଯାଉଥିଲେ ପ୍ରେମୀ ଯୁଗଳ ହଠାତ୍ ଭାଙ୍ଗି ଯାଇଥିଲା ଗାଡ଼ିର ସକପଚର। ଏହାପରେ ଯାଇ ପିଟି ହୋଇଯାଇଥିଲେ ସାଇଡ୍ ଛିଡ଼ା ହୋଇଥିବା ଏକ ଅଟୋ ସହ। ଏହା ପରେ ଛିଟିକି ପଡିଥିଲେ ଉଭୟେ। ବ୍ରିଜ୍ ତଳକୁ ଗଳୁ ଗଳୁ ବଞ୍ଚିଗଲେ। ଲକ୍ଷେରୁ ଅଧିକ ଟଙ୍କାର ଗାଡ଼ି ବି ଭାଙ୍ଗିଗଲା। ସ୍ପିଡକୁ ସମ୍ଭାଳି ପାରିଲା ନାହିଁ ପ୍ରେମିକ। ବ୍ରିଜ ଉପରେ ହିଁ ଗାଡ଼ରୁ ଅଲଗା ହୋଇଗଲା ସକପଚର ସହ ଆଗ ଚକା।

ଭୟଙ୍କର ଦୁର୍ଘଟଣା ପରେ ଗାଡ଼ରୁ ଚକା ଅଲଗା ହୋଇଯାଇଛି। ରାସ୍ତା ସେପାଖକୁ ଛିଟିକି ପଡ଼ିଛନ୍ତି ପ୍ରେମିକ ପ୍ରେମିକା। ଉଭୟ ଗରୁତର ଭାବରେ ଆହତ ହୋଇଥିବା ବେଳେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭାଗ୍ୟ ଭଲ ଥିବାରୁ କେହି ଓଭର ବ୍ରିଜ୍ ତଳକୁ ଗଳି ନାହାଁନ୍ତି। ଯଦି ଗଳିଥାନ୍ତେ ତାହାଲେ କଣ ଯେ ହୋଇଥାନ୍ତା କିଏବା ଜାଣିଛି। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ। କେମିତି ଗାଡ଼ିର ସକପଚର ପୁରା ଭାଙ୍ଗିଯାଇଛି।

ସୂଚନା ଅନୁଯାୟୀ ବ୍ରିଜ ଉପରେ ଏକ ଅଟୋ ଛିଡ଼ା ହୋଇଥିଲା। ଅଟୋ ଡ୍ରାଇଭରଙ୍କର ଓଲାରୁ ଏକ ବୁକିଂ କଲ ଆସିଥିଲା। ସେଥିପାଇଁ ବ୍ରିଜ ମଝିରେ ଅଟୋକୁ ସାଇଡ କରି ବୁକିଂ କରିବା ପାଇଁ କଥା ହେଉଥିଲେ। ଆଉ ଏତିକି ବେଳେ ପ୍ରେମିଯୁଗଳ ପଛପଟୁ ଅଟୋରେ ଆସି ଧକ୍କା ହୋଇଥିଲେ।

ଗାଡ଼ିର ବେଗ ଅଧିକ ଥିବାରୁ ଲକ୍ଷେରୁ ଅଧିକ ଟଙ୍କାର ବାଇକ ପୁରା ଭାଙ୍ଗିଯାଇଥିଲା। ସେପଟେ ଦୁର୍ଘଟଣା ହେବା ପରେ ଆଗୁଆ ଆମ୍ବୁଲାନ୍ସରେ ବସି ଡାକ୍ତରଖାନାକୁ ପଳାଇଥିଲେ ଉଭୟ। ଏହି ଗାଡ଼ିର ଆଗରେ ଲେଖା ରହିଛି ଆର୍ମି ବୋଲି। ଏଥିରୁ ଜଣା ପଡ଼ୁଛି ଏହି ଗାଡ଼ି ଆର୍ମିରେ ଥିବା କୌଣସି ବ୍ୟକ୍ତିଙ୍କର ହୋଇଥିବ।