ଦେଖନ୍ତୁ ଭିଡିଓ: ରାତିରେ ଶୋଇ ନ ପାରି ରାତି ଅଧରେ ବର୍ଷାଙ୍କୁ ଭଲକି ଶୁଣେଇଦେଲେ ଅନୁଭବ ମହାନ୍ତି

ପୁଣି ସାମ୍ନାକୁ ଆସିଲା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ। ଏହି ଭିଡିଓରେ ଅନୁଭବ କହିଛନ୍ତି ବର୍ଷା, ଏହା କେବଳ ଆପଣଙ୍କ ପାଇଁ। ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସେ ଭାବବିହ୍ୱଳ ହୋଇ କହିଛନ୍ତି, ମୋ ପରିବାରର କେହି ଭଲ ନାହାନ୍ତି। ରାତି ରାତି କେହି ଶୋଇପାରୁ ନାହାନ୍ତି।
ମଙ୍ଗଳବାର ସକାଳେ ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ସେ ଖାସ୍ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ସୁଟ୍ କରିଥିବା ସ୍ପଷ୍ଟ ଭାବେ କହିଛନ୍ତି। ଅନୁଭବ କହିଛନ୍ତି, "ବର୍ଷା ପ୍ରିୟଦର୍ଶିନୀ ମ୍ୟାଡାମ ଏହି ଭିଡିଓଟି ମୁଁ କେବଳ ଆପଣଙ୍କ ପାଇଁ ସୁଟ କରିଛି। ଆପଣଙ୍କୁ ଅପମାନିତ କରିବା କିମ୍ବା ଚରିତ୍ରସଂହାର କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୋ ବାପା ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିନ୍ତାରେ ଆମ ପରିବାର ଲୋକଙ୍କ ନିଦ ହଜି ଯାଇଛି। ଏଭଳି ସମୟରେ ଜଣେ ଭଲ ମଣିଷ ହିସାବରେ ଆପଣ ଛାଡ଼ପତ୍ରକୁ ସ୍ଵୀକାର କରନ୍ତୁ।"
ଏପରି ସ୍ଥଳେ ତାଙ୍କ ଦାମ୍ପତ୍ୟ ଝଗଡା ପୂରା ପରିବାର ଲାଗି ଆହୁରି ସମସ୍ୟା ସୃଷ୍ଟି କରିଛି। ବର୍ଷା ନିଜଆଡୁ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିନେବାକୁ ସୋସିଆଲ ମିଡ଼ିଆ ଜରିଆରେ ପୁଣିଥରେ ଅପିଲ କରିଛନ୍ତି ଅନୁଭବ। ତେବେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ମିଡ଼ିଆ ସମ୍ବେଦନତାର ସହ ଗ୍ରହଣ କରୁ, ନାକି ଏହାକୁ ନେଇ ତମାସା ସୃଷ୍ଟି କରୁ ବୋଲି ଅନୁଭବ ଭିଡିଓ ଜରିଆରେ ଜଣାଇଛନ୍ତି।
ଷ୍ଟାର ଯୋଡ଼ି ଅନୁଭବ-ବର୍ଷାଙ୍କ ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି। ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି। ଏସବୁ ଭିତରେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଫାଇଟ ଲାଗି ରହିଥାଏ। କେତେବେଳେ ଟୁଇଟକୁ ନେଇ ତ କେତେବେଳେ ବାଇଟକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଫାଇଟ ଚର୍ଚ୍ଚାର ଖୋରାକ ଯୋଗାଇଥାଏ।