ଦେଖନ୍ତୁ ଭିଡିଓ: ଅନୁଭବଙ୍କୁ ମିଳିଲା ବଡ଼ ବିଜୟ ଖୁସିରେ ଅନୁଭବ ହେଲେ କାନ୍ଦୁଛନ୍ତି ବର୍ଷା, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲା ଅନୁମତି

 
Anubhav varsha

ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ କଟକ ପରିବାର ଅଦାଲତ ଦେଇଥିବା ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି।

Anubhav varsha

ହାଇକୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କର ସେହି ପୁରୁଣା ଯୁକ୍ତି ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ ରହିଯାଇଥିଲା। ସେହିପରି ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିଲେ ବୋଲି ଅନୁଭବ କହିଥିଲେ। ତେବେ ହାଇକୋର୍ଟ କେଉଁ ଆଧାରରେ ଅନୁବକଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି, ତାହା ଲିଖିତ ଜଜ୍‌ମେଣ୍ଟ ଆସିବା ପରେ ଜଣାପଡ଼ିବ। 

ଅନୁଭବଙ୍କ ଓକିଲଙ୍କ କହିବା ଅନୁଯାୟୀ ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଏଯାବତ୍ ହୋଇନଥିବାରୁ ସ୍ୱାମୀ ସ୍ତ୍ରୀ ସମ୍ପର୍କର ଅସ୍ଥିତ୍ତ୍ୱ୍ୱ ନାହଁ । ଯେହେତୁ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଯାଇଥିଲା କି ବର୍ଷା ତାଙ୍କୁ ସ୍ୱାମୀ ଭାବେ ଶାରୀରିକ ସମ୍ପର୍କ ରଖିବାକୁ ସହଯୋଗ କରୁନଥିଲେ । ଏହା ହିନ୍ଦୁ ବିବାହ ଆଇନ ଅନୁଯାୟୀ ମେଂଟାଲ କ୍ରୁଏଲିଟି ବା ମାନସିକ ନିର୍ଯାତନା । ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ ।

ଯଦିଓ ରାୟ ଅଭିନେତା ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଛି, ତଥାପି ଅଭିନେତ୍ରୀ ବର୍ଷାଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । ଏହି ରାୟକୁ ନେଇ ହାଇକୋର୍ଟରେ ପୁଣି ଥରେ ଆବେଦନ କରିପାରିବେ । ରିଭିୟୁ ପିଟିସନ୍ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇପାରିବେ । ଆବଶ୍ୟକ ଅନୁଭବ କଲେ, ସୁପ୍ରିମକୋର୍ଟଙ୍କ ନିକଟରେ ମଧ୍ୟ ଆବେଦନ କରିପାରିବେ ।

୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ରହିଥିଲା ଏବଂ ବର୍ଷାଙ୍କର ବର୍ଷାଙ୍କର ସ୍ୱାମୀ-ସ୍ତ୍ରୀ ଆଉଥରେ ଏକାଠି ରହିବା ମାମଲା । ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ।