ଦେଖନ୍ତୁ ଭିଡିଓ: ଭୁବନେଶ୍ଵରରେ ଦେହସୁଖ ଗାଁ ଝିଅ ସହ ବାହାଘର, ବେଦି ପାଖରେ ପହଁଚିଲା ୩୫ ବର୍ଷୀୟ ପ୍ରେମିକା, ତାପରେ...

 
Bbsr love case

ପ୍ରେମ, ବିବାହ ପ୍ରତିଶ୍ରୁତି ଆଉ ପ୍ରତାରଣା । ପ୍ରେମିକର ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ଘର ଆଗରେ ପ୍ରେମିକାଙ୍କ ଧାରଣା । ଅଟକିଗଲା ପ୍ରେମିକ ଦିବାକରଙ୍କ ବାହାଘର । ଥାନାରେ ଅଭିଯୋଗ ପରେ ଗିରଫ ଭୟରେ ଫେରାର ହୋଇଯାଇଛି ପ୍ରେମିକ ଓ ପରିବାର ।

Jubati

ବର ସାଜିବାକୁ ଥିବା ପ୍ରେମିକ କୁଆଡ଼େ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଲା । ହେଲେ ଧୋକା ଦେଇ ପ୍ରେମିକାର ଅଜାଣତରେ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହେଉଥିଲା । ଆଉ ସେତିକି ବେଳେ ପହଞ୍ଚିଗଲା ପ୍ରେମିକା । ପ୍ରେମିକ ଦୁଆରେ ରାତିସାରା ଧାରଣାରେ ବସିଲେ ପ୍ରେମିକା । ଆଉ ଏକଥା ଜଣାପଡ଼ଇବା ପରେ ଭାଙ୍ଗିଗଲା ପ୍ରେମିକର ବାହାଘର । ନୟାଗଡ଼ ଜିଲ୍ଲା ସଦର ଥାନା ଗୋଳଗୋଳା ଗାଁରେ ଘଟିଛି ଏହି ଘଟଣା । ଏହି ଗାଁର ପ୍ରେମିକ ଜଣକ ବାହା ହେବ କଣ ଏବେ କୁଆଡ଼େ ଲୁଚି ପଳାଇଛି ।

କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ପୁଷ୍ପା(ଛଦ୍ମନାମ) ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ମଦର ଡାଇରୀରେ ଚାକିରି କରୁଥିଲେ। ସେଠାରେ ଚାକିରି କରୁଥିବା ବେଳେ ନୟାଗଡ଼ ସଦର ଥାନା ଗୁଳଗଡ଼ି ଗାଁ ଦିବାକର ରଥଙ୍କ ସହିତ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ଦିବାକର ମଧ୍ୟ ସେହି କମ୍ପାନୀରେ ଚାକିରି କରୁଥିଲେ। ଅର୍ଥାତ ଉଭୟ ଗୋଟିଏ କମ୍ପାନୀରେ ଚାକିରି କରୁଥିଲେ। ସମ୍ପର୍କରେ ସହକର୍ମୀ ଥିଲେ।

ଅଫିସ୍‌ ଭିତରେ କଥାବାର୍ତ୍ତା ହେଉ ହେଉ ପୁଷ୍ପା ଓ ଦିବାକର ପରସ୍ପରର ପ୍ରେମରେ ପଡ଼ିଗଲେ। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ। ମିଶିଲା ମନ ଓ ମିଶିଲା ଦେହ। କହିବାକୁ ଗଲେ ଦେହ, ମନ ଓ ପ୍ରାଣ ସବୁକିଛି ମିଶିଥିଲା। ଯେଉଁଥିପାଇଁ ନିଜକୁ ଦିବାକରଙ୍କ ପାଖରେ ସମର୍ପି ଦେଇଥିଲେ ପୁଷ୍ପା। ଏହାର ସୁଯୋଗ ନେଇ ଦିବାକର ତାଙ୍କ ସହିତ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ପ୍ରେମିକର ବାହାଘର ହେଉଛି ଖବର ପାଇଁ ରାତି ସାରା ପ୍ରେମିକ ଦୁଆରେ ଧାରଣା ଦେଇଥିଲା ପ୍ରେମିକା । ପରେ ଆଜି ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛନ୍ତି । ପ୍ରେମିକାଙ୍କ ଧାରଣା ପରେ ଅଟକିଗଲା ବାହାଘର । ଖାଲି ହୋଇଗଲା ଘର, ଫେରିଗଲେ ବନ୍ଧୁବାନ୍ଧବ । ଆଉ ଏପଟେ ଘରେ ପଡ଼ିଛି ତାଲା । ଗିରଫ ଭୟରେ ପ୍ରେମିକ ଦିବାକରଙ୍କ ସମେତ ପରିବାର ଲୋକେ ହୋଇଯାଇଛନ୍ତି ଫେରାର ।