ଦେଖନ୍ତୁ ଭିଡ଼ିଓ: ବାହାଘରରେ ହସଖୁସିରେ ଏମିତି ଫିଟାଇ ଥିଲେ ହାତଗଣ୍ଠି, ହେଲେ କିଏ ଜାଣିଥିଲା କିଛି ସମୟ ପରେ ଘଟିବ ମୃତ୍ୟୁ

ବାହାଘରରେ ଏହି ଝିଅଟି ଫିଟାଇଥିଲା ହାତଗଣ୍ଠି ହେଲେ କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ଚାଲିଯିବ ଜୀବନ। ହସଖୁସିରେ ବାହାଘରରେ ସାମିଲ ହୋଇ ଫେରୁଥିବା ବେଳେ ଅଘଟଣ ଘଟିଗଲା। କେଇ ଘଣ୍ଟାର ଖୁସି ପରେ କାଳ ସାଜିଲା ଦୁର୍ଘଟଣା। ଛାଡ଼ି ଚାଲିଗଲେ ପରିବାରର ଅନେକ ସଦସ୍ୟ। ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ। ହସିଥିଲେ, ନାଚିଥିଲେ। ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି। ହସଖୁସି ମୁହୂର୍ତ୍ତର ଏଇ ଫଟୋ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି।
ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଅଞ୍ଚଳ। ଆଜି ହୋଇଥାନ୍ତା ବାହାଘର ଭୋଜି। ଟେଣ୍ଟ ବି ବନ୍ଧା ସରିଥିଲା। କିନ୍ତୁ ରାତିକ ଭିତରେ ସବୁକିଛି ଏପଟ ସେପଟ ହେଇଗଲା। ଶୋକର ଛାୟା ଖେଳିଯାଇଛି। ଝିଅ ସହ ଫଟୋ ଉଠାଇବା ପାଇଁ କେମିତି ହସି ହସି ପୋଜ ଦେଉଛନ୍ତି ଏମାନେ। କିଏ ପୁଣି ବାହାଘରରେ ଝିଅର ହାତଗଣ୍ଠି ଫିଟାଇବ ବୋଲି ଚାହିଁ ରହିଛି। କିନ୍ତୁ ଏ ହସ ପଛପଟେ କାଳର ଏମିତି କରାଳ ହସ ଲୁଚି ରହିଥିବ କିଏ ଜାଣିଥିଲା। କିଏ ଜାଣିଥିଲା ଏ ଖୁସି ମାତ୍ର କେଇ ଘଣ୍ଟାର ବୋଲି ? ଏମାନଙ୍କ ମଧ୍ୟରୁ କିଏ ସବୁଦିନ ପାଇଁ ଆଖି ବୁଜି ଦେଇଛି ତ କିଏ ଡାକ୍ତରଖାନା ବିଛଣାରେ ମୃତ୍ୟୁ ସହ ଲଢୁଛି।
ବ୍ରହ୍ମପୁର ବ୍ରହ୍ମାନଗରରେ କନ୍ୟାକୁୁ ଛାଡ଼ି ବାହାଘର ଭୋଜି ଖାଇ ମିନି ବସ୍ରେ ହସ ଖୁସିରେ ଘରକୁ ଫେରୁଥିବା ବେଳେ ବାଟରେ ସତେ ଯେମିତି ଛକି ବସିଥିଲା ଯମ। ସାମ୍ନା ପଟୁ ଦ୍ରୁତ ଗତିରେ ଆସି ଏକ ଓଏସଆରଟିସି ବସ୍ ମିନି ବସ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ବି ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁୁ କଟକ ମେଡିକାଲ ନେବା ସମୟରେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା।