ଦେଖନ୍ତୁ ଭିଡ଼ିଓ: ଟଙ୍କା ନେଇ କଣ କରିବି ମୋ ରୋଜଗାରିଆ ପୁଅ ଚାଲିଗଲା, ମୋ ଡାହାଣ ହାତ ଥିଲା ସେ

 
Odisha train trajedy

ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ଅନେକ ପରିବାରକୁ ଦୁଃଖ ଦେଇଯାଇଛି। କିଛି ଆତ୍ମୀୟ ପରିଜନକୁ ହରାଇ ଅନେକ ପରିବାର ଭାଙ୍ଗିପଡିଛି। ସେହି ଭିତରେ ଗୋଟେ ପରିବାର ହେଉଛି ରବୀନ୍ଦ୍ର ସାହୁଙ୍କର। ଯିଏ ଶବର ପାହାଡ଼ ଭିତରୁ ନିଜ ପୁଅକୁ ଖୋଜୁଥିବାର ସେହି ହୃଦୟ ବିଦାରକ ଭିଡ଼ିଓ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଖୋଜିଖୋଜି ଶେଷରେ ପୁଅର ମୃତଦେହ ପାଇଥିଲେ ରବିନ୍ଦ୍ର। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଧୈର୍ଯ୍ୟହରା ହୋଇପଡିଛନ୍ତୀ ପୂରା ପରିବାର। ପରିବାର ଆଖିରୁ ଶୁଖୁନି ଦୁଃଖର ଲୁହ। ଦେଢ ମାସର ଶିଶୁଟି କେମିତି ଗଢିବ ତାର ଭବିଷ୍ୟତ।କିଏ ହେବ ସାହା ବାପ ଛେଉଣ୍ତ ପିଲାର।

Train

ରବୀନ୍ଦ୍ର ସାହୁ ଓ ଅନ୍ନପୂର୍ଣ୍ଣାଙ୍କ ପୁଅ ଗୋବିନ୍ଦ କୋଲକାତାରେ ରହି ପାଣି ପାଇପ୍ ଲାଇନରେ ଠିକାଦାର ଭାବେ କାମ କରୁଥିଲେ। ୨୦୨୨ ଜୁନ ୧୦ ତାରିଖରେ ଭଦ୍ରକ ଜଗନ୍ନାଥପୁରର ବିଜୟାଙ୍କ ସହିତ ବିବାହ ହୋଇଥିଲା। କୋଳରେ ଅଛି ଦେଢ ମାସର ଶିଶୁ କନ୍ୟା। ଜୁନ୍ ୧୦ ରେ ପାଳିଥାନ୍ତେ ବିବାହ ବାର୍ଷିକୀ। ଏଥିସହ ଝିଅ ଓ ପରିବାରକୁ ଦେଖିବା ଖୁସିରେ ଗାଁକୁ ଫେରୁଥିଲେ ଗୋବିନ୍ଦ। ପରିବାର ଖୁସିରେ ଅପେକ୍ଷା କରିଥିଲେ। ହେଲେ କାଳ ସାଜିଲା କରମଣ୍ଡଳ। ଗଣମାଧ୍ୟମରେ ଶୁଭିଥିଲା ଅଶୁଭ ଖବର। ଆତଙ୍କିତ ହୋଇ ବାପା ଘଟଣା ସ୍ଥଳରେ ପହଞ୍ଚି ଶବର ସଭା ମଧ୍ୟରେ ପୁଅକୁ ଖୋଜିଥିଲେ। ହେଲେ ସେ ତ ମିଳିନଥିଲେ ମିଳିଥିଲା ମୃତଦେହ। ଗାଁରେ ଛାଇଯାଇଥିଲା ଶୋକର କଳାବାଦଲ।

ଦୁର୍ଘଟଣା ଶୁଣିବା ପରେ ପତ୍ନୀ ବିଜୟାଲକ୍ଷ୍ମୀ ଫୋନ କରିବାରୁ ଲାଗିନଥିଲା। ବ୍ୟସ୍ତ ହୋଇ ଶ୍ୱଶୁର ରବିନ୍ଦ୍ରଙ୍କୁ କହିଥିଲେ ବୋହୁ। ରବିନ୍ଦ୍ର ଗାଁ ଲୋକଙ୍କୁ ଧରି ବାହାନଗା ଶବର ପାହାଡରେ ପୁଅକୁ ଖୋଜିଥିଲେ। ମୁଁ ମୁର୍ଖ ଲୋକ ଜାଣିନି କିଛି.. ମୋ ପୁଅକୁ ମୋତେ ଟିକେ ଖୋଜି ଦିଅ। ଆଉ ଶେଷରେ ପୁଅ ମିଳିଲା। ବୋଲି କହିଥିଲେ। ଶେଷରେ ବାପା ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଛନ୍ତି । ପୁଅର ମୃତ୍ୟୁରେ ଭାଙ୍ଗି ପଡିଛି ପୂରା ପରିବାର।