ଦେଖନ୍ତୁ ଭିଡ଼ିଓ: "ଭଲ ହୋଇଛି ତା ସହ, ସେ କେତେ ଝିଅଙ୍କ ଜୀବନ ନଷ୍ଟ କରିଛି", ପିଣ୍ଟୁ ନନ୍ଦଙ୍କୁ ନେଇ ବଡ ବୟାନ ଦେଲେ ଏହି ଓଲିଉଡ ଅଭିନେତା

 
Pintu Nanda

"ଆଜ୍ଞା ମୁଁ ରୁଦ୍ର , ମହାପ୍ରଭୁ ମୁଁ ଏହି ସବୁ ଭୁଲ୍ କରିଛି, ମୋତେ ଶରଣ ଦିଅନ୍ତୁ। ମୁଁ ଏତିକି ଝିଅଙ୍କ ଜୀବନ ନଷ୍ଟ କରିଛି। ମୁଁ ଏତିକି ଲୋକଙ୍କୁ ମାରିଛି। ମୁଁ ଏତିକି ଲୋକଙ୍କୁ ହଇରାଣ କରିଛି। ପ୍ରଭୁ ମୋର ଆଉ କେହି ନାହାନ୍ତି। ମୋର ରୋଗବ୍ଯାରଗ୍ୟ ଭଲ କରି ଦିଅନ୍ତୁ। ମୋର ସଂସାର ବୁଡି ଯାଉଛି, ମୋତେ କ୍ଷମା କରନ୍ତୁ , ମୁଁ ଆପଣଙ୍କ ସମ୍ମୁଖରେ ସତ କହିଲି"…..।

ଏସବୁ କଥା ରାଜ୍ୟ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ରୁଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଆପଣ ଏହି ସବୁ ସତ କଥା ମହାପ୍ରଭୁଙ୍କୁ କହିନାହାନ୍ତି , ସେ ପର୍ଯ୍ୟନ୍ତ ଏମିତି ରୋଗରେ ଘାଣ୍ଟିହେବ। ଆଉ ବାଟ ପାଇବେନି ଭଲ ହେବା ପାଇଁ। ଓଡ଼ିଆ ଇଣ୍ଡଷ୍ଟ୍ରିରେ ଛକାପଞ୍ଝା ଚାଲିଛି। ଏମିତି ସବୁ ରୋଗରେ ପଡି ଗୋଟେ ଗୋଟେ କଟିବେ ବୋଲି ସେ କହିଛନ୍ତି।

Pintu nanda

ସେ ଆହୁରି ବି କହିଛନ୍ତି ଯେ, ଓଲିଉଡରେ ନୂଆ ହିରୋ ଆଉ ହିରୋଇନଙ୍କୁ ଆଉ ସୁଯୋଗ ମିଳୁନି। ଆଉ ପୁରୁଣା ହିରୋ, ହିରୋଇନ ପଲିଟିକ୍ସ କରି ସିରିୟଲ କରୁଛନ୍ତି। ଆଉ ସଂସ୍ଥା ଚାଲିବ କିପରି। ପୂର୍ବେ କଳାଧନରେ ଫିଲ୍ମ ହେଉଥିଲା ଆଉ ବର୍ତ୍ତମାନ କଳାଧନ ନାହିଁ, ଫିଲ୍ମ ହେବ କେଉଁଠି।

ସେ ଆହୁରି ବି କହିଛନ୍ତି ଯେ, "ଯେଉଁଠି ନାରୀଙ୍କୁ ନିର୍ଯାତନା ଦିଆଯାଇଛି , ଯେଉଁଠି ନାରୀ ଆଖିରେ ଲୁହ ଆସିଛି। ସେଠି କେହି ବି ତିଷ୍ଠି ପାରିବେ ନାହିଁ । ନାରୀଙ୍କୁ ତଣ୍ଟିଚିପି ହତ୍ୟା ହୋଇଛି ଆମ ଓଲିଉଡ ଜଗତରେ। ସେଥିପାଇଁ ପାଇଁ ଓଲିଉଡ ଆଉ ଉଠୁନି। ପ୍ରେମ କରି ତାଙ୍କ ସହିତ ବିଶ୍ଵାସଘାତକତା କରାଯାଇଛି ସେଠି କିଛି ବି ହେବନି।