ଦେଖନ୍ତୁ ଭିଡ଼ିଓ: ଆସୁଛି କହି ଆଉ ଫେରିଲାନି ମା, ଛୋଟ ପୁଅ ନେହୁରା ହୋଇ କାନ୍ଦି କାନ୍ଦି କହିଲା "ମୋ ମାଆ କୁଆଡେ ପଳେଇ ଯାଇଛି

 
Maa Pua
ଦେଶରେ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖି ତାଯୁବ ହେବା ସହ ଦୁଃଖ ମଧ୍ୟ ଲାଗେ । ସୋସିଆଲ ମିଡ଼ିଆରେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଛି । ସୂଚନା ଅନୁଯାୟୀ ପୋଖରୀ କୂଳ କୁ ଯାଇଛନ୍ତି ବୋଲି କହି ଯାଇଥିଲେ ମାମା ଆଉ 7 ଦିନ ହେବ ତାଙ୍କର ଦେଖା ନାହିଁ । ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି କହିଛନ୍ତି ହଜି ଯାଇଥିବା ମହିଳା ଙ୍କର ସ୍ୱାମୀ ।
ଗତ 29 ତାରିଖ ଦିନ ସରୋଜ ଘରେ ନ ଥିଲେ, ଆଉ ସେ କୌଣସି କାମ ରେ ପୁରୀ ଯାଇଥିଲେ । ସେହି ଦିନ ସନ୍ଧ୍ୟା ରେ ପୁଅ ଦୁଇଜଣଙ୍କୁ ସବିତା କହିଥିଲେ କି ବସିଥାଅ ସେ ପୋଖରୀ ଆଡକୁ ଯାଉଛନ୍ତି ଆଉ ଆସିଲେ ତାଙ୍କୁ ପଇସା ଦେବେ ଆଉ ସେମାନେ କିଛି ବାହାରୁ ଖାଇବେ ।
Pila
ମା ଙ୍କର ଏହି କଥା କୁ ଶୁଣିକି ଅପେକ୍ଷା ରେ ବସିଛନ୍ତି ଦୁଇ ପୁଅ କିନ୍ତୁ ମା ଯେ ଯାଇଛନ୍ତି ଆଉ ଫେରି ନ ଥିଲେ | ଆଉ ପୁଅ ଦୁଇଜଣ ବ୍ୟସ୍ତ ହୋଇ ଜେଜେ ବାପା ଓ ମା ଙ୍କୁ କହିବା ପରେ ମହିଳା ଙ୍କୁ ଖୋଜା ଖୋଜି ଚାଲିଥିଲା ।
ଦେଖନ୍ତୁ ଭିଡ଼ିଓ: 
ଆଉ କିଛି ସୂଚନା ନ ମିଳିବାରୁ ପାଖ ଥାନା ରେ ମଧ୍ୟ ଯାଇକି ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ପୋଲିସ କର୍ମଚାରୀ ମାନେ । ଆଉ ସେ ପଟେ ମା ଙ୍କୁ ନ ପାଇ ପିଲା ଦୁଇଜଣ ମଧ୍ୟ ବ୍ୟସ୍ତ ହେଉଥିବାର ଦେଖିବାକୁ ମିଳିଥିଲା | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।