ଦେଖନ୍ତୁ ଭିଡ଼ିଓ: ମୃତ୍ୟୁ ସମୟର ଶେଷ ଦୃଶ୍ୟ, ଏମିତି ଆରପାରିକୁ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ

 
Pintu Nanda

ପରଲୋକରେ ଓଡ଼ିଆ ସିନେ ଜଗତର ପରିଚିତ ଅଭିନେତା ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତି ୧୧ଟା ୨୫ରେ ତାଙ୍କର ପରଲୋକ ହୋଇଛି। ଯକୃତ ରୋଗରେ ଆକ୍ରାନ୍ତ ପିଣ୍ଟୁ ନନ୍ଦଙ୍କୁ ପ୍ରଥମେ ଦିଲ୍ଲୀର ଏକ ଘରୋଇ ହସପିଟାଲ ଏବଂ ପରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ହେଁ ପରିବାର ସଦସ୍ୟଙ୍କ ଲିଭର୍ ମ୍ୟାଚ ହୋଇ ନଥିଲା। ବାହାର ଡୋନର ଖୋଜା ଯାଉଥିଲେ ହେଁ ଶେଷ ପର୍ଯ୍ୟନ୍ତ କେହି ମିଳି ନ ଥିଲା।

Pintu Nanda

ପିଣ୍ଟୁ ନନ୍ଦ ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁ ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ। ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ। ତାଙ୍କ ଅପରେସନ ଅନେକକ କଳାକାର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସାହାଯ୍ୟ କରିଥିଲେ। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ।