ଦେଖନ୍ତୁ ଭିଡ଼ିଓ: ଏହି ପୂର୍ବତନ ମନ୍ତ୍ରୀ ନାମରେ ବିଜେଡି ନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ- ମୋ ସହ ୯ ବର୍ଷ ଧରି ସମ୍ୱନ୍ଧ ରଖି...

 
Minister

ମହିଳା ଥାନାରେ ଅଭିଯୋଗ କରିଲେ ବିଜେଡି ନେତ୍ରୀ ସଂଯୁକ୍ତ ମହଲା, ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ବିଜେଡି ନେତ୍ରୀ ବଡ଼ ଅଭିଯୋଗ ଆଣି କହିଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଏବଂ ମୋ ସହ ଅନ୍ୟାୟ କରିଛନ୍ତି । 

Sanjukta

ସେ ଆଗକୁ କହିଛନ୍ତି ଯେ "ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୋ ସହ ଦୀର୍ଘ ୯ ବର୍ଷ ଧରି ସମ୍ପର୍କ ରଖିଆସିଥିଲେ ଏବଂ ମୋ ସହ ଭଲ ପାଇବାର ଅଭିନୟ ମଧ୍ୟ କରୁଥିଲେ । ଆଉ ଏବେ ମୋତେ ସେ ଭଲ ପାଇବା ନାମରେ ପ୍ରତାରଣା ଦେଇଛନ୍ତି । 

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କର କଥାକୁ ଯଦି ମୁଁ ପ୍ରତିବାଦ କରୁଛି । ତେବେ ସେ ମୋତେ ମାରିଦେବା ପାଇଁ ମଧ୍ୟ ଧମକ ଦେଉଛନ୍ତି । ଆଉ ଏବେ ବି ମହିଳା ଥାନାକୁ ଅଭିଯୋଗ ଦେବାକୁ ଆସିଲା ବେଳେ ମୋ ପଛରେ କିଛି ପିଲା ଆସିଥିଲେ ।

ସେ ଆଗକୁ କହିଛନ୍ତି ଯେ "ମୋ ଜୀବନ ପ୍ରତି ବିପଦ ଅଛି ଏବଂ ଯେପରି ମୁଁ ସୁରକ୍ଷିତ ଭାବରେ ରହିବି ସେଥିପାଇଁ ମଧ୍ୟ ମୁଁ ମହିଳା ଥାନା କୁ ଆସିଛି । ମୋତେ ଶୀଘ୍ର ନ୍ୟାୟ ମିଳୁ ଏବଂ ଆମ ଘର ଲୋକ ମୋ ମା’ ଭାଇ ମଧ୍ୟ ମୋ ନାମରେ ମିଥ୍ୟା କହି ମୋତେ ଲୋକଙ୍କ ସାମ୍ନାରେ ନିଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ମୁଁ ମୋର ମାନ ହାନୀ ହେବାର ଅଭିଯୋଗ ମଧ୍ୟ ଦେବି ।