ଦେଖନ୍ତୁ ଭିଡ଼ିଓ: ବିଶ୍ୱାସ ନ ହେଲେ ବି ସତ! ଗଛ କାଟୁକାଟୁ ହଠାତ କାନ୍ଦିଲା ଗଛ, ବୋହିଲା ଲୁହ, ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ

 
Tree

କାନ୍ଦୁଛି ଗଛ, ଶହ ଶହ ବର୍ଷ ତଳର ଏହି ଗଛ ହଠାତ କାନ୍ଦିବାକୁ ଲାଗୁଛି। ତାକୁ ନିଜର ସ୍ୱାର୍ଥ ପୁରଣ ପାଇଁ କାଟୁଥିବା ଏହି ମଣିଷ ଆଗରେ କାନ୍ଦି କାନ୍ଦି ସେ ନିଜର ଦୁଃଖ ଜଣାଇଛି। କିନ୍ତୁ କେହି ବି ଶୁଣି ନାହାନ୍ତି ତାହାରି କଥା। ଏ କଥାଟି ଆପଣଙ୍କୁ ଅବିଶ୍ଵାସ ଲାଗିପାରେ।

କିନ୍ତୁ ବର୍ତ୍ତମାନ ଏଭଳି ଘଟଣା କୁ ନେଇ ଏବେ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହି ଘଟଣାଟିକୁ ନେଇ ଏକ ଭିଡ଼ିଓ ବି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଯାହାକୁ ଦେଖିଲେ ଆପଣ ସ୍ପଷ୍ଟ ବୁଝି ପାରିବେ। ଜନସଂଖ୍ଯା ବୃଦ୍ଧି ସାଙ୍ଗକୁ କଳେବର ବୃଦ୍ଧି ହେଉଛି । ସେହିଭଳି ରାସ୍ତା ପ୍ରଶସ୍ତିକରଣ କରାଯାଉଛି । ହେଲେ ଯେଉଁ ଗଛ ପାଇଁ ଏ ସଭ୍ଯତା ବଞ୍ଚିଛି ସେହି ବଡ଼ ବଡ ଦ୍ରୁମ ଗୁଡ଼ିକୁ ରାସ୍ତା କଡ଼ରୁ ହଟାଇବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି।

Tree

ଏହି ଗଛ କାନ୍ଦୁଥିବା ଭାଇରାଲ୍ ଭିଡ଼ିଓଟି ବାଲେଶ୍ବରର ବୋଲି ଜଣାପଡିଛି। ଏହି ସହରରେ ଭାସ୍କରଗଞ୍ଜ ଛକ ଠାରୁ ଫୁଲାଡି ଛକ ପର୍ଯ୍ଯନ୍ତ ରାସ୍ତା ପ୍ରଶସ୍ତ କାର୍ଯ୍ୟ ଆରମ୍ଭ ହେଇଛି। ପାଖାପାଖି ୫୦୦ ରୁ ଉର୍ଦ୍ଧ୍ଵ ଗଛ ଉଭୟ ପାର୍ଶ୍‌ରେ ହଟାଇବା ପାଇଁ ଉଦ୍ୟମ ହୋଇଥିବା ବେଳେ ଗତକାଲି ଗଛ କାଟିଲା ବେଳେ ଏକ ଅର୍ଜୁନ ଗଛ ରୁ ଶ୍ୱତପ୍ରବୃତ ଭାବରେ ପାଣି ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି।

ଗଛ ଭିତରେ କୌଣସି ଗାତ ନଥିବା ବେଳେ ଏଭଳି ପାଣି ବାହାରିବା କୁ ଲୋକେ ବିଶ୍ୱାସ କରି ପାରୁ ନାହାଁନ୍ତି। କିଏ କହୁଛି ଗଛ କାନ୍ଦୁଛି ତ କିଏ କହୁଛି ଅର୍ଜୁନ ଗଛ ଭୁ ଗର୍ଭରୁ ଜଳ ସଞ୍ଚୟ କରି ରଖିଥାଏ। ତେବେ ଗଛ ର ଏଭଳି ପାଣି ବାହାରିବା କୁ ହଠାତ୍ କେହି ବିଶ୍ୱାସ କରି ପାରୁନଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି।

ଏ ହେଉଛି ବାଲେଶ୍ୱର ୧୬ ନମ୍ବର ଓ ୬୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଦହପଡା-ଫୁଲାଡି PWD ରାସ୍ତା। ବିଭାଗ ଦ୍ୱାରା ଚାଲିଛି ପ୍ରଶସ୍ତି କାର୍ଯ୍ୟ। ୪ ଲେନ୍ ବିଶିଷ୍ଟ ରାସ୍ତା ପାଇଁ ୨୬ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି। ହେଲେ ରାସ୍ତା କଡରେ ଥିବା ୫୪୫ ମୁଲ୍ୟବାନ ଗଛକୁ କାଟି ଦିଆଯାଉଛି।