ଦେଖନ୍ତୁ ଭିଡିଓ: ବାପା ନାଁ ସ୍ତ୍ରୀ କିଏ ରଖିବ କରମଣ୍ଡଳ ଟ୍ରେନଦୁର୍ଘଟଣାରେ ମୃତ ଗୋବିନ୍ଦଙ୍କ ଟଙ୍କା?

 
Sasura bohu

ବାହାନଗା ଟ୍ରେନ ଦୁର୍ଘଟଣାରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ସୁଗୋ ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ସାହୁ ମୃତ୍ୟୁବରଣ କରିଥିଲେ। କୋଲକାତାରୁ ଘରକୁ ଫେରୁଥିବା ବେ୍ଳେ ରେଳ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ତେବେ ସହାୟତା ରାଶିକୁ ନେଇ ମୃତକଙ୍କ ପତ୍ନୀ ଓ ଶଶୁରଙ୍କ ଭିତରେ କନ୍ଦଳ ଲାଗିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ।

Bohu

ଶୋକ ସନ୍ତପ୍ତ ପରିବାରକୁ ଓଡ଼ିଶା ସରକାର ୫ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅର୍ଥ ମଧ୍ୟ ସ୍ତ୍ରୀଙ୍କ ଆକାଉଣ୍ଟରେ ଜମା ରହିଛି। ହେଲେ ସରକାରଙ୍କ ଠାରୁ ମିଳିଥିବା ସହାୟତା ରାଶି ହାତେଇବା ପାଇଁ ମାରି ଦେବାର ଧମକ ମିଳୁଥିବା ନେଇ ଗୋବିନ୍ଦଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ ବାସୁଦେବପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏମିତିକି ବ୍ୟାଙ୍କ ଜମା ଖାତାରୁ ସମସ୍ତ ଟଙ୍କା ଶ୍ବଶୁର ଉଠାଇ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ପରିବାର ଭିତ‌ରେ ଥିବା ଏହି ବିବାଦର ଆପୋଷ ସମାଧାନ ହୋଇଯିବ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ବାସୁଦେବପୁର ସ୍ଥିତ ସୁଗୋ ଗାଁର ବାସିନ୍ଧା ଗୋବିନ୍ଦ ଚନ୍ଦ୍ର ସାହୁ କୋଲକାତାରୁ ଘରକୁ ଫେରୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଯାହା ପରେ ତାଙ୍କ ବାପାଙ୍କ ଶବ ଖୋଜୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହା ସମସ୍ତଙ୍କ ଆଖିରଜ ଲୁହ ଆଣିଦେଇଥିଲା।

​​​​​