ଦେଖନ୍ତୁ ଭିଡ଼ିଓ: "ସ୍ତ୍ରୀକୁ ଉଠେଇ ନେଇ ବାହା ହୋଇଗଲା ଏବେ କହୁଛି ତତେ ହାଣିବି" ନେହୁରା ହୋଇ ଯୁବକ କହିଲେ ଏମିତି

 
Jubaka

ରାଜ୍ ନାମକ ଜଣେ ଯୁବକ ସମୀର ଙ୍କ ସ୍ତ୍ରୀ କୁ ଉଠେଇ ନେଇଯିବି ବୋଲି ଧମକ ଦେଉଥିଲା, କହୁଥିଲା ତୋ ସ୍ତ୍ରୀକୁ ଉଠେଇ ନେଇ ବାହା ହେବି ଆଉ ତାପରେ ତତେ ହାଣିବି । ବଡ଼ କଥା ଏହା ଯେ ସେ ଯାହା କହୁଥିଲା ସବୁ ସତ ହେଲା, ଏବେ ରାଜ୍ ସମୀର ଙ୍କ ସ୍ତ୍ରୀ ବନିତାକୁ ଦିଲ୍ଲୀରେ ବିବାହ ମଧ୍ୟ କରି ସାରିଛି ।

Jubaka

ରାଜ୍ କହିଥିଲା ତୋ ସ୍ତ୍ରୀକୁ ବିବାହ କରିବାର ଦୁଇ ଦିନ ପରେ ତତେ ହାଣି ପିସ ପିସ୍ କରିଦେବି । ତୋ ସ୍ତ୍ରୀକୁ ବିବାହ କରିବା ପରେ ଜଣଙ୍କ ମୁଣ୍ଡ ଯିବ । ବିବାହ ହୋଇଯିବା ପରେ ହାଣିବା ପାଇଁ ଅନେକ ମୋବାଇଲରେ ମାସେଜ୍ କରି ସାରିଛି ।

ସମୀରର ସ୍ତ୍ରୀକୁ ଉଠାଇ ନେଇ ରାଜ୍ ଦିଲ୍ଲୀର ଏକ ଘରେ ରହି ସ୍ତ୍ରୀ ସହିତ ଫଟୋ ଉଠାଇଛି । ଆଉ ସେଇ ଫଟୋ କୁ ସମୀର ପାଖକୁ ସେୟାର କରି ଧମକ ଦଉଚି ହାଣିଦେବି । ସେ କହୁଛି ପାଞ୍ଚ ଦିନ ଭିତରେ ହାଣି ଦେବ । ଏହି ଘଟଣା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ଯାଇଛି ।

ସମୀର ଏବେ ଡ଼ରିଯାଇ ପୋଲିସ ର ଆଶ୍ରୟ ନେଇଛନ୍ତି ଏବଂ କହିଲେ ତାଙ୍କ ପାଖରେ ଆଉ କମ୍ ସମୟ ଅଛି, ନହେଲେ ସେ ମୋତେ ମାରିଦେବ । ପୂର୍ବରୁ ସ୍ତ୍ରୀ କଥା ମନେ ପଡୁଛି କହି ଗଣମାଧ୍ୟମ ଆଗରେ କାନ୍ଦି ପକାଇ ଥିଲେ ସମୀର ।