ଦେଖନ୍ତୁ ଭିଡିଓ: ଟ୍ରେନ ଦୁର୍ଘଟଣା ପରେ ବାହାନଗା ଅଞ୍ଚଳରେ ରହିଯାଇଛନ୍ତି ପ୍ରେତ ଆତ୍ମା ! ରାତି 11ଟାରେ ଶୁଭୁଛି ବିକଟାଳ ଶବ୍ଦ...

 
bahangar buta

ଗତ 2 ତାରିଖରେ ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ 288 ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ପାଖାପାଖି ଏକ ହଜାର ଯାତ୍ରୀ ଆହତ ହୋଇଥିଲେ । ଏହି ବଡ଼ ଦୁର୍ଘଟଣାକୁ ନେଇ କେବଳ ଭାରତବର୍ଷ ନୁହେଁ, ସାରା ବିଶ୍ୱରେ ହଲଚଲ ସୃଷ୍ଟି ହୋଇଯାଇଥିଲା । ଅକାଳରେ କିଏ ବାପାକୁ ହରାଇଥିଲା ତ ଆଉ କିଏ ଭାଇକୁ । ଏପରି ଭାବେ ଶହ ଶହ ଗରିବଙ୍କ ଆଖିରେ ଏହି ଦୁର୍ଘଟଣା ଲୁହ ଭରିଦେବା ସହିତ ବହୁ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିଲା ।

ghost in bahanaga school

ଏହା ମଧ୍ୟରେ 5 ଦିନ ବିତିଯାଇଥିଲେ ହେଁ ଏବେ ବି ଏହି ଦୁର୍ଘଟଣାର ଭୟ ଲୋକଙ୍କ ମନରୁ ଲିଭିନାହିଁ । ତେବେ ଏନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବାହାନଗାର ଯେଉଁ ସ୍କୁଲରେ ମୃତଦେହଗୁଡ଼ିକୁ ଧାଡ଼ି ଧାଡ଼ି କରି ରଖାଯାଇଥିଲା ସେଠାରେ ଏବେ କାନ୍ଦର ଶବ୍ଦ ଶୁଣାଯାଉଛି ।

ଦେଖନ୍ତୁ ଭିଡିଓ :-

ରାତି ହେଲେ ସେହି ସ୍କୁଲ ପରିସର ପୂରା କାନ୍ଦରେ ଫାଟି ପଡ଼ୁଛି । କେହି କୁଆଡ଼େ ନଥିଲେ ବି ଶୁନଶାନ ସ୍କୁଲ ଭିତରୁ ଶୁଭୁଛି କାନ୍ଦିବାର ଶବ୍ଦ । ମାତ୍ର ସେହି ସ୍ଥାନକୁ ଯାଇ ଦେଖିବା ବେଳକୁ ସେଠାରେ କେହି ନଥିବାର ଦେଖାଯାଉଛି । ଯେଉଁ ସ୍କୁଲ ଘରେ ଯାତ୍ରୀଙ୍କର ମର ଶରୀରକୁ ରଖାଯାଇଥିଲା ସେହି ସ୍କୁଲ ଘର ଏବେ ପ୍ରେତାତ୍ମାମାନଙ୍କର ଆବାସ ପାଲଟିଛି । ଏପରି ଭୟର କାହାଣୀ ଶୁଣିବାକୁ ମିଳୁଛି ସ୍ଥାନୀୟ ଲୋକଙ୍କ ମୁହଁରୁ । ରାତି 12ଟା ହୋଇଗଲେ କାନ୍ଦ ଶୁଣାଯାଉଥିବା ସ୍କୁଲର ୱାଚମ୍ୟାନ କହିଛନ୍ତି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ନିଶା ମହାରଣା ଜିତିଲେ ହୃଦୟ, ଟ୍ରେନ ଦୁର୍ଘଟଣା ରେ ବାପା ଛେଉଣ୍ଡ ପିଲା କୁ କୋଳରେ ଧରି କଲେ ବଡ଼ ଘୋଷଣା

ତେବେ ଏହି କାନ୍ଦ ରାତି 2ଟା ପର୍ଯ୍ୟନ୍ତ ଶୁଣାଯାଉଥିବାରୁ ଲୋକମାନେ ବାହାରକୁ ଆସିବାକୁ ଭୟ କରୁଛନ୍ତି । ତେଣୁ ରାତି ହେଲା ମାତ୍ରେ ସମସ୍ତେ କବାଟ, ଝରକା ବନ୍ଦ କରିଦେଉଛନ୍ତି । ଏତେବଡ଼ ଦୁର୍ଘଟଣାକୁ ନେଇ ଆଜି ବି ଲୋକଙ୍କ ମନରେ ଏକ ବିରାଟ ଭୟ ଛପି ରହିଛି । ତେଣୁ ଉକ୍ତ ସ୍କୁଲ ପରିସରରେ ଗୋଟିଏ ଯଜ୍ଞ ହେବା ନିହାତି ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି ।