ଦେଖନ୍ତୁ ଭିଡ଼ିଓ: ରଜ ପାଇଁ ହୋଇଥିଲେ ସଜବାଜ, ପିନ୍ଧିଥିଲେ ନୂଆ ଡ୍ରେସ୍... ହେଲେ ଘଟିଲା ଏମିତି କିଛି ଚାଲିଗଲା ଜୀବନ

 
Girl

ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଶୁବାନୀ ପଟ୍ଟନାୟକ। ସେ ଚର୍ମ ରୋଗ ବିଭାଗ ପ୍ରଥମ ବର୍ଷ ପିଜି ଛାତ୍ରୀ ଥିଲେ। ଶୁବାନୀଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ରହୁଛନ୍ତି ।

Girl

ମାତ୍ରାଧିକ ଔଷଧ ସେବନ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା। ପ୍ରାଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶୁବାନୀଙ୍କୁ ହଷ୍ଟେଲରୁ ଗୁରୁତର ଭାବେ ଉଦ୍ଧାର କରିବା ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୁବାନୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। 

ମାତ୍ରାଧିକ ଔଷଧ ଖାଇବା ପରେ ଶୁବାନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବୋଲି ଏମକେସିଜି ମେଡିକାଲ ଫାଣ୍ଡି ଅଧିକାରୀ ଭୈରବୀ କୁମାରୀ ଭୂୟାଁ ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶୁବାନୀଙ୍କ କିଭଳି ମୃତ୍ୟୁ ହୋଇଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।