ଦେଖନ୍ତୁ ଭିଡ଼ିଓ: ଭାଉଜଙ୍କୁ ପ୍ରେମ ଜାଲରେ ଫସାଇଲା, ପରେ ଭିଡ଼ିଓ କରି ଦେହସୁଖ ପାଇଁ ବ୍ଲାକମେଲ୍ କଲା ଆଉ ତାପରେ...

 
Video

କୁହାଯାଏ ପ୍ରେମ ଶାନ୍ତି, ଶାଶ୍ୱତ ଆଉ ଚିରନ୍ତନ ହୋଇଥାଏ। କିନ୍ତୁ ଆଜିକାଲି ଯୁବପିଢ଼ି ପ୍ରେମର ଅର୍ଥକୁ କଦର୍ଥ କରିଦେଲେଣି। ନିକଟରେ ରାଜ୍ୟରେ ଏକ ଖବର ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଖବରଟି ପ୍ରେମର ଖରାପ ରୁପ ପରକୀୟାପ୍ରୀତିକୁ ନେଇ।

ବର୍ତ୍ତମାନ ମିଛ, ଛଳନା, ଅନୈତିକ ସମ୍ପର୍କ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରେମରେ ଏମିତି ଧୋକା ମିଳିବ ବୋଲି କେବେ ଆଶା କରି ନଥିଲେ ଏହି ବିବାହିତା ମହିଳା ଜଣକ କିନ୍ତୁ ଶେଷରେ ସେହି ଜିନିଷ ହେଲା ସେ ଯାହା କେବେବି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବେ। ଆଉ ବର୍ତ୍ତମାନ ସମୟରେ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

Viral

ତେବେ ଏପରି ଏକ ଘଟଣା ବିଷୟରେ ଅଭିଯୋଗ ନେଇ ଥାନାରେ ପହଞ୍ଚି ଯାଇଛନ୍ତି ଜଣେ ବିବାହିତା ମହିଳା। ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କନ୍ଚଣାର ଜଣେ ବିବାହିତା ମହିଳାଙ୍କୁ ଫେସବୁକ ରେ ମୋବାଇଲ୍ ନମ୍ବର ଦେଇ ପ୍ରଥମେ ଭଲ ପାଇଥିଲା ଢେଙ୍କାନାଳର ଜଣେ ଯୁବକ। ଯାହାଙ୍କ ନାମ ହେଉଛି ରତିକାନ୍ତ ଓରଫ୍ ଚନ୍ଦୁ ବିହାରୀ। ଆଉ ତାପରେ ଭିଡ଼ିଓ କଲରେ ଉଲଗ୍ନ ଶରୀର ଦେଖିବା ସହିତ ତାକୁ ଫୋନରେ ରେକର୍ଡ଼ କରୁଥିଲା।

ଆଉ ଏହା ପରେ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବି କହି ଧମକାଇ କହୁଥିଲା ଉକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ । ମହିଳା ଜଣକ ରାଜି ନହେବାରୁ ଏଥିରେ ବିଫଳ ହେବା ପରେ ମାରିବାକୁ ମଧ୍ୟ ଧମକ ଦେଉଥିଲା ରତିକାନ୍ତ। ଆଉ ଏସବୁ ପରେ ମହିଳା ଜଣକ ସହି ପାରିନଥିଲେ। କୋଦଳା ଥାନାରେ ଯାଇ ଅଭିଯୋଗ କରିଥିଲେ। ଆଉ ତାପରେ ଏବେ ୨୪ ଘଣ୍ଟା ଭିତରେ ହିଁ ବଉଳପୁର ଢେଙ୍କାନାଳରୁ ଉକ୍ତ ଆସାମୀ ରଙ୍ଗିଲା ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।