ଦେଖନ୍ତୁ ଭିଡିଓ: ଡ୍ୟାନ୍ସିଂ ନନା.. ନାଚି ନାଚି କରୁଛନ୍ତି ମା' ଙ୍କ ପୂଜା ଆଳତୀ, ଦେଖିବା ପାଇଁ ଲୋକଙ୍କ ଭିଡ

 
Nana
ସରିଯାଇଛି ଦଶହରା । ସମସ୍ତଙ୍କ ଗହଣରୁ ମାଆ ବିଦାୟ ନେଇଛନ୍ତି । ଶଙ୍ଖ , ଆଳତି , ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଛି ସାରା ସହର । ମାଆଙ୍କର ଏହି ବିଦାୟ ସମ୍ବର୍ଦ୍ଧନା ଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ପାରମ୍ପରିକ ନୀତିରେ ପାଳିତ ହେଉଛି ।

Nana

ଏଥି ମଧ୍ୟରେ ଗଞ୍ଜାମ ଜିଲ୍ଲାର ବଦମାଧପୁର ପୂଜା ମଣ୍ଡପର ଆଳତି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି । ପୂଜା ମଣ୍ଡପର ପୂଜକ ବାବା ନନ୍ଦ କିଶୋର ମହନ୍ତ ମହାରାଜଙ୍କର ନିଆରା ଆଳତି ସମସ୍ତଙ୍କୁ ଖୁବ୍ ଭଲ ଲାଗିଛି । ୪୦ ବର୍ଷ ଧରି ଏହି ଅଞ୍ଚଳର ଏପରି ନିଆରା ଢଙ୍ଗର ଆଳତି କରି ଆସୁଛନ୍ତି ବାବା ନନ୍ଦ କିଶୋର ।

ପିତଳ ଥାଳି ଉପରେ ଜଳୁଛି ନିଆଁ । ଖାଲି ହାତରେ ଜଳୁଥିବା ପିତଳ ଥାଳିକୁ ଧରି ନୃତ୍ୟ କରି କରି ନିଆରା ଢଙ୍ଗରେ ଆଳତି କରନ୍ତି ବାବା । ଉକ୍ତ ସ୍ଥାନର ନବମୀ ଦିନର ସେହି ଆଳତି ଦେଖିବା ପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମି ଥାଏ ।