ଦେଖନ୍ତୁ ଭିଡ଼ିଓ: ପୁରୁଷ ବନ୍ଧୁ ସହ ଝଗଡ଼ା ପରେ ବ୍ରିଜରୁ ଡେଇଁ ଆତ୍ମହତ୍ୟା କଲେ ଭିସୁଟ ଛାତ୍ରୀ? ଜାଣନ୍ତୁ ପୂରା ଘଟଣା

 
Vssut Student

ପିସି ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଭିସୁଟ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ଗତକାଲି ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଭିସୁଟ ଛାତ୍ରୀ। ଗତକାଲି ଛାତ୍ରୀଜଣକ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଛାତ୍ରୀଙ୍କ ନାମ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ବୋଲି ଜଣାପଡ଼ିଛି।

Vssut

ଚିନ୍ମୟୀ ନିଖୋଜ ହେବା ନେଇ ଗତ ରାତିରେ ଭିସୁଟ ରେଜିଷ୍ଟାର ଫୋନ୍‌ କରି ସମ୍ବଲପୁର ଥାନାକୁ ଅବଗତ କରିଥିଲେ। ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ମାତ୍ର ଅନ୍ଧାର ମଧ୍ୟରେ ଖୋଜାଖୋଜି ସମ୍ଭବ ନ ହେବାରୁ ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଭିସୁଟର ବରିଷ୍ଠ ଅଧିକାରୀଙ୍କ ସମେତ ଚିନ୍ମୟୀଙ୍କ ପରିବାର ଲୋକେ, ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପାୱାର ଚ୍ୟାନେଲରୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Bridge

ଚିନ୍ମୟୀ ଚଳିତ ବର୍ଷ ଭିସୁଟରୁ ଆଇଟି ଟ୍ରେଡରେ ବିଟେକ୍‌ ପାସ୍‌ କରିଛନ୍ତି। କ୍ୟାମ୍ପସ୍‌ ସିଲେକସନ୍‌ରେ ସେ ଚାକିରି ବି ପାଇ ସାରିଛନ୍ତି। ଏବେ ସେ ହଷ୍ଟେଲରେ ରହୁ ନ ଥିବା ବେଳେ ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ସମ୍ବଲପୁରରେ ପହଞ୍ଚିଥିଲେ। ସେଠାରେ ଅତିଥିଙ୍କଠାରୁ ସାର୍ଟିଫିକେଟ ବି ଗ୍ରହଣ କରିଥିଲେ। ଏହାପରେ କାଲି ରାତିରେ ବସ୍‌ରେ ସେ ନିଜ ଘର କଳାହାଣ୍ଡିକୁ ଚାଲି ଯାଇଥାନ୍ତେ।

ଚିନ୍ମୟୀ ଗତକାଲି ରାତିରେ ତାଙ୍କର ମନ ଭଲ ନଥିବା କହି ନିଜର ପୁରୁଷ ବନ୍ଧୁ ତଥା ସହପାଠୀ ଭୁବନେଶ୍ୱର ବିଜେବି ନଗରର ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଆସିଥିଲେ। ତେବେ କିଛି ସମୟ କଥା ହେବା ପରେ ସେ ଅଚାନକ ପାୱାର ଚ୍ୟାନେଲ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ କେଉଁ କାରଣ ଯୋଗୁଁ ତାଙ୍କର ମାନସିକ ସ୍ଥିତି ଖରାପ ଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଏହା ପାରିବାରିକ ଅଶାନ୍ତି, ପାଠ ଜନିତ ସମସ୍ୟା ନା ପ୍ରେମ ବ୍ୟାପାର କାରଣରୁ ହୋଇଛି ତାହା ପୋଲିସର ତଦନ୍ତ ହେଲା ପରେ ଜଣାପଡିବ। ବର୍ତ୍ତମାନ ବୁର୍ଲା ପୋଲିସ ଚିନ୍ମୟୀଙ୍କ ସହପାଠୀ ତଥା ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।