କାଳିମାଡ଼ ପରେ 5T ସଚିବ ଦେଖାଇଲେ ଉଦାରତା ନା କରୁଛନ୍ତି ପୋଲିଟିକ୍ସ ? ଜେଲ୍ ରୁ ବାହାରିଲେ ଭାସ୍କର ସାହୁ….

 
Pandian

ପୁରୀ ଜିଲ୍ଲା ସତ୍ୟବାଦୀରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ଉପରେ ହୋଇଥିବା କାଳିମାଡ଼ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ତେବେ, କାଳିମାଡ଼ ପାଇଁ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ, ଏଠାରେ ନିଜର ଉଦାରତା ଦେଖାଇଛନ୍ତି 5T ସଚିବ। ତାଙ୍କର ନିର୍ଦ୍ଧେଶକ୍ରମେ ପୋଲିସ ଭାସ୍କରଙ୍କୁ ଛାଡ଼ିଦେଇଥିବା ଜଣାପଡିଛି। 

Ink attack

ଏଥିନେଇ ଭାସ୍କରଙ୍କ ପରିବାର ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟରେ ହେଉଥିବା ବିକାଶମୂଳକ କାର୍ଯ୍ୟ ଗୁଡିକୁ ସହ୍ୟ କରିପାରୁନଥିବା ବିରୋଧୀ ଦଳର ପ୍ରରୋଚନାରେ ଆସି ଭାସ୍କର ଏଭଳି କରିଥିବା ଜଣାପଢ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସତ୍ୟବାଦୀରେ କାଳିମାଡ଼ ହେବାପରେ ମଧ୍ୟ ଭି.କେ ପଣ୍ଡିଆନ ହସହସ ମୁହଁରେ ଲୋକଙ୍କୁ ମିଶିବା ସହିତ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Vk pandian

ଲୋକଙ୍କ କାମ କରିବା ଲୋକାଭିମୂଖୀ ସରକାର ଆଉ ଜନତାଙ୍କ ପାଖରେ ପହଞ୍ଚିବା ପ୍ରଶାସନର କାର୍ଯ୍ୟ ଅଟେ। ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି 5T ସଚିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ଯାଇଥିବା ବେଳେ 5T ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବି କାଳିମାଡ଼ କରାଯାଇଥିଲା। ବିକାଶ ବିରୋଧୀମାନଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର କରାଯାଇଥିବା ବିଜେଡ଼ି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ:- ଘରକୁ ଆସୁଥିବା ବେଳେ ଦୁଷ୍କର୍ମର ଶିକାର ହେଲା ନାତୁଣୀ! କ୍ୟାମେରା ସାମ୍ନାରେ ସବୁ କହିଲେ ଅଜା…