ଦେଖନ୍ତୁ ଭାଇରଲ ଭିଡ଼ିଓ: କଲେଜ ସଭାରେ ଯୋଗ ଦେବାବେଳେ ହଠାତ ଏହି ଯୁବକ ପାଣ୍ଡିଆନ୍‌ଙ୍କ ଉପରକୁ କଲେ ଆକ୍ରମଣ

 
kalimada pandian

ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ ହୋଇଥିଲା । 5T ସଚିବଙ୍କ ଉପରକୁ କାଳିମାଡ଼ ବେଳେ ଛିଟା ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଉପରେ ପଡ଼ିଛି।

୫ ଟି ସଚିବ ଭି.କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ଏହି କାଳି ପଡିଥିବା ଦେଖିବାକୁ ମିଳିଛି । କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ । କାଳିମାଡ଼ କରିଥିବା ବ୍ୟକ୍ତି ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ ।

pandian ink attack

ଗିରଫ ଭାସ୍କର ସାହୁ ଜଣେ ଏଲଆଇସି ଏଜେଣ୍ଟ ବୋଲି ଜଣାପଡିଛି । ସେପଟେ ପାଣ୍ଡିଆନଙ୍କ ଉପରେ କାଳିମାଡ଼କୁ ନେଇ ତେଜିଛି ରାଜନୀତି । ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି।

5T ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ। ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣପ୍ରସାଦରେ ଜନଶୁଣାଣି ବେଳେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ।