ଦେଖନ୍ତୁ ଭିଡ଼ିଓ: ତହସିଲଦାରଙ୍କ ଦବଙ୍ଗିରି! ମାସ୍କ ପିନ୍ଧି ନ ଥିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟାଣ ଖରାରେ କରାଇଲେ ଉଠବସ୍

 
Uthbas

ପେଟ୍ରୋଲ ପମ୍ପ କର୍ମଚାରୀ ବୋଲି କଣ ତାଙ୍କର ଇଜ୍ଜତ ନାହିଁ? ଲାକଡ଼ାଉନରେ ଲୋକେ ନିଜର ଜୀବିକା ହରାଉଥିବା ବେଳେ ପେଟ ଚାଖଣ୍ଡକ ପାଇଁ ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏହି ଯୁବକ। କିନ୍ତୁ, ସାମାନ୍ୟ ମାସ୍କ ପିନ୍ଧି ନ ଥିବାରୁ ସର୍ବସାଧାରଣରେ ଉଠ ବସ କରାଇଦେଲେ ତହସିଲଦାର ବାବୁ। 

କୋଭିଡ ନିୟମ ଭାଙ୍ଗି ମାସ୍କ ନପିନ୍ଧିବା ପାଇଁ ତଣ୍ଡ ଆଦାୟ କରିବାର ନିୟମ ଥିବାବେଳେ, ଏଠି ତହସିଲଦାର ଜଣେ ଯୁବକଙ୍କୁ ସମସ୍ତଙ୍କ ଆଗରେ ଏଭଳି ଭାବରେ ଅପମାନିତ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ହୁମା ଜାତୀୟ ରାଜପଥ ପାଖରେ ଥିବା ଏକ ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:

ତେବେ, ନିଜ କ୍ଷମତାର ଅପବ୍ୟବହାର କରିଥିବା ସମ୍ପୃକ୍ତ ତହସିଲଦାରଙ୍କର ଏହି ମାମଲାରେ ପ୍ରତିକ୍ରିୟା ମିଳିପାରିନାହିଁ। ଭିଡ଼ିଓଟି ଭାଇରାଲ ହେବାପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି।

From around the web