ଦେଖନ୍ତୁ ଭିଡ଼ିଓ: ପୁଣି ଭାଇରାଲ ହେଲା ଓଡ଼ିଶାର ଅନାହାର ସମସ୍ୟାର ନଗ୍ନ ରୂପ, ଦେଖନ୍ତୁ କିପରି ଅଇଁଠା ପତ୍ର ଚାଟି ପେଟ ପୁରାଉଛି କୁନି ଶିଶୁ…

 
ଦେଖନ୍ତୁ ଭିଡ଼ିଓ: ପୁଣି ଭାଇରାଲ ହେଲା ଓଡ଼ିଶାର ଅନାହାର ସମସ୍ୟାର ନଗ୍ନ ରୂପ, ଦେଖନ୍ତୁ କିପରି ଅଇଁଠା ପତ୍ର ଚାଟି ପେଟ ପୁରାଉଛି କୁନି ଶିଶୁ…

ପୂର୍ବରୁ ଜୁଲାଇ ୨୦୧୬ ରେ ଓଡିଶାର ଯାଜପୁର ଜିଲ୍ଲାର ନାଗଡା ଗ୍ରାମରେ ପୁଷ୍ଟିହୀନତା ହେତୁ ୧୯ ଶିଶୁଙ୍କ ମୃତ୍ୟୁ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶ ତଥା ସାରା ବିଶ୍ୱରେ ଅସନ୍ତୋଷର କାରଣ ସାଜିଥିଲା। ତଥାପି, ଓଡିଶା ସରକାରଙ୍କ ଉଦାସୀନତା ଯୋଗୁ  ଭୋକ ଓ ଦାରିଦ୍ର୍ୟର କବଳରେ ରହିଛନ୍ତି ଓଡିଶାର ଆଦିବାସୀ ବେଲ୍ଟ ଏବଂ ଦୂରଦୂରାନ୍ତରେ ରହୁଥିବା ଲୋକେ।

ଏବେ ଏହିପରି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା କି ଖୁବ ହୃଦୟ ବିଦାରକ ଅଟେ। ଏହି ଭିଡ଼ିଓ ଟିରେ ଗୋଟିଏ ଛୋଟ ଶିଶୁ ଟିଏ ଖାଦ୍ୟ ଅଭାବ ରୁ କିପରି ରାସ୍ତା କଡରେ ପଡିଥିବା ଅଇଁଠା ପତ୍ର ଚାଟୁଛି। ତାହା ଦେଖିଲେ ଯେ କୌଣସି ଲୋକଙ୍କ ଆଖିରେ ଲୁହ ଆସିଯିବା ପ୍ରାୟ ନିଶ୍ଚିତ ଅଟେ।

ଏହି ଦୃଶ୍ୟ ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକର ମାଲଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋନୁଆ ଖଣି ଅଞ୍ଚଳର ହୋଇଥିବା ଜଣାପଡିଛି। ତେବେ ଏହି ବାଳକଟି ଲୁହାପଥର ଖଣି ନିକଟରେ ଅବସ୍ଥିତ ଟାଟୁଗୋଥାପଡା ଗାଁର ରାବାନା ମୁଣ୍ଡାଙ୍କର ସାନପୁଅ ମନୋରଂଜନ ବୋଲି ଜଣାପଡିଛି।

  ଦୁଇ ବର୍ଷ ପୂର୍ବେ ରାବାନାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଆଉ ଦୁଇଟି ସନ୍ତାନ ଅଛନ୍ତି- ରଂଜନ ଏବଂ ମଲାଟି ମଧ୍ୟ ଅଛନ୍ତି। ରାବାନା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ଓ ତାଙ୍କ ପିଲାମାନେ ଅତି କଷ୍ଟରେ ଜୀବନ ଯାପନ କରୁଥିବା ଜାଣିବାକୁ ମିଳିଛି।