ଦେଖନ୍ତୁ ଭିଡିଓ: ଯୁବତୀର ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବାରୁ ଯୁବକକୁ ଚପଲରେ ସେକି ଦେଇଗଲେ

ଏକ ଭାଇରାଲ ଭିଡିଓ ଏବେ ଖୁବ ଚର୍ଚ୍ଚାରେ। ଭିଡିଓ ଆପଣଙ୍କୁ କରିପାରେ ଆଶ୍ଚର୍ଯ୍ୟ। ଭିଡିଓ ଟି ଉତ୍ତରପ୍ରଦେଶ ହାପୂର୍ ଜିଲ୍ଲାର ବହାଦୂରଗଢ଼ ପୋଲିସ ଥାନା କ୍ଷେତ୍ରରେ ଆସୁଥିବା ଏକ ଗାଆଁର। ଦେଶ ସ୍ବାଧୀନ ହେବାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଲୋକମାନେ ନ୍ୟାୟପାଳିକାର ନୁହେଁ କିମ୍ବା ପୋଲିସ ପ୍ରଶାସନର ନୁହେଁ ବରଂ ପଞ୍ଚାୟତର ଦ୍ବାରସ୍ଥ ହେଉଛନ୍ତି। ଅପରାଧ ଛୋଟ ହେଉ କିମ୍ବା ବଡ଼ ଦଣ୍ଡ ଦେବା ପଞ୍ଚାୟତ କାର୍ଯ୍ୟ ପରିସର ଭୁକ୍ତ ନୁହେଁ।
ସୂଚନା ଅନୁଯାୟୀ ଏକ ଯୁବକ ସେହି ଗ୍ରାମର ଏକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ। ଯାହାର ସମାଧାନ କରିଥିଲା ଗ୍ରାମ ପଞ୍ଚାୟତ। ଗ୍ରାମ ପଞ୍ଚାୟତର ନିଷ୍ପତି ଅନୁଯାୟୀ ଯୁବତୀ ଯୁବକ ଜଣଙ୍କୁ ଦଣ୍ଡ ସ୍ୱରୂପ ୧୫ଥର ଜୋତାରେ ପିଟିଥିଲେ ଏବଂ ଅଭିଯୁକ୍ତ ଯୁବକ ଜଣଙ୍କ ଚୁପ ଚାପ୍ ଛିଡ଼ା ହୋଇ ଦଣ୍ଡ ଭୋଗୁଥିଲେ। ଦଣ୍ଡ ଏତିକିରେ ସରିଯାଇନଥିଲା।ତାଙ୍କୁ ଉଲଗ୍ନ ମଧ୍ଯ କରଯାଇଥିଲା।ଯାହାର ଭିଡିଓ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି ସୋସିଆଲ ମିଡିଆରେ। ଲୋକେ ଯାହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେହି କେହି ଘଟଣାଟିକୁ ଉଚିତ୍ କହୁଥିବା ବେଳେ କେହି କେହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁସାରେ ଯୁବତୀଜଣଙ୍କ ବହାଦୂରଗଢ଼ ପୋଲିସ ଥାନାରେ ଏ ନେଇ ଅଭିଯୋଗ ମଧ୍ଯ କରିଥିଲେ। ଅଭିଯୋଗ ଅନୁଯାୟୀ ସେ ଗାଆଁର ଜଣେ ଯୁବକ ତାଙ୍କ ଅଶ୍ଳୀଳ ଭିଡିଓ କରିଥିଲା ଏବଂ ଏହାକୁ ଦେଖାଇ ସେ ବିବାହ ପାଇଁ ଚାପ ପକାଇବ ଆରମ୍ଭ କରିଦେଇଥିଲା। ମହିଳା ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ଯେତେବଳେ ବିବାହ କରିବାକୁ ମନା କରିଦେଇଥିଲେ ଅଭିଯୁକ୍ତ ଯୁବକ ଜଣକ ସେତେବେଳେ ତାଙ୍କ ଭିଡିଓ ଭାଇରାଲ କରିଥିଲା।
पंचायत का अनोखा फरमान, छेड़छाड़ की सजा? सरेआम 15 जूते.... शोहदे ने हाथ जोड़कर माफ़ी भी मांगी.. और केस ख़त्म कराने का फैसला
— TRUE STORY (@TrueStoryUP) August 17, 2023
यूपी के हापुड़ इलाके के बहादुर गढ़ में एक दबंग युवक ने युवती से की अश्लीलता करते हुए छेड़छाड़ की। @hapurpolice ने मुकदमा दर्ज किया। इस बीच गांव में पंचायत… pic.twitter.com/eOyJ6EikSe
ଏହା ପରେ ପୋଲିସ ନିଜର କାମ ଆରମ୍ଭ କରିଥିଲା। ରିପୋର୍ଟ ପଞ୍ଜିକରଣ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଏ ନେଇ ଗ୍ରାମବାସୀଙ୍କ ମଣରେ ଥିଲା ଅନେକ କ୍ରୋଧ ।ଯେଉଁଥିପାଇଁ ସେମାନେ ଗ୍ରାମରେ ଏକ ପଞ୍ଚାୟତ ଅନୁଷ୍ଠିତ କରିଥିଲେ।ପଞ୍ଚାୟତର ନିଷ୍ପତି ଏକ ୩୦ ସେକେଣ୍ଡ ଭିଡିଓ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।