ଛାତ୍ରୀ ସହ ଅସଂଯତ ଅବସ୍ଥାରେ ଧରାପଡ଼ିଲେ ଡିଡି ୟୁନିଭର୍ସିଟିର ଅଧ୍ୟାପକ, ପ୍ରାକ୍ଟିକାଲରେ ମାର୍କ ଦେବେ କହି ରଖୁଥିଲେ ସମ୍ପର୍କ, ଜାଣନ୍ତୁ ପୁରା ଘଟଣା

 
Dd university

ଗୋଟିଏ ରୁମ୍ ରୁ ଧରା ପଡିଲେ ଅଧ୍ୟାପକ ଓ ଛାତ୍ରୀ ! ବିତାଉଥିଲେ ନିଜର ଅନ୍ତରଙ୍ଗ ମୁହୂର୍ତ୍ତ । ଏବେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲ ରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଜ୍ଞା ହଁ , ଏପରି ଘଟଣା ଗୁଡ଼ିକ ବାସ୍ତବରେ ଲଜ୍ଜା ଜନକ । କାରଣ ଭାରତୀୟ ସଂସ୍କୃତି ଓ ପରମ୍ପରା ଏତେ ନୀଚ୍ଚ ହୋଇ ନ ପାରେ । ଦିନ ଥିଲା ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରା ଯାଉଥିଲା । ହେଲେ ବର୍ତ୍ତମାନର ଅବସ୍ଥା ନ କହିଲେ ଭଲ ।

Dd university

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ବବିଦ୍ୟାଳୟରେ। ସୂଚନା ଅନୁସାରେ ଅଧ୍ୟାପକଙ୍କ ପ୍ରକୃତି ହିଁ ସେହିଭଳି। ସେହିଭଳି ଅନ୍ୟ ଏକ କଲେଜରୁ ମଧ୍ୟ ସେ ତାଙ୍କର ଏଭଳି ପ୍ରକୃତି ପାଇଁ ତଡା ଖାଇ ଏହି କଲେଜକୁ ଆସିଥିଲେ। ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ଅଧିକ ନମ୍ବର ଦେବା ବାହାନାରେ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଓ ମୋବାଇଲରେ ବିଭିନ୍ନ ଅଶ୍ଳୀଳ ଚାଟିଂ କରିବା ଘଟଣା ପଦାକୁ ଆସିବା ପରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

ଅଧ୍ୟାପକ ଜଣକ ଜଣେ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କୁ ନିଜ ସରକାରୀ ବାସଭବନକୁ ଡାକି ନିୟମିତ ସମ୍ପର୍କ ରଖୁଥିଲେ। ଶନିବାର ଏହି ଘଟଣା ଉପରୁ ପରଦା ହଟିଥିଲା। ଅଧ୍ୟାପକ ଓ ଛାତ୍ରୀ ଜଣଙ୍କ ଗୋଟିଏ ରୁମ୍ ରେ ଅଛନ୍ତି ଜାଣି ଅନ୍ୟ ଛାତ୍ର ଛାତ୍ରୀ ମାନେ ଲୁଚି ଫୋନ୍ ରେ ତାଙ୍କର ଭିଡିଓ କରିଥଲେ। ଏବଂ ଏହି ଭିଡିଓକୁ ପ୍ରିନ୍ସିପାଲଙ୍କୁ ମଧ୍ୟ ଦେଖାଇଥିଲେ। ଯାହା ପରେ ଏ କଥା ଉଚ୍ଚ ଶିକ୍ଷା ବିଭାଗରେ ପହଞ୍ଚିଥିଲା ଏବଂ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।