ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଅନୈତିକ ସମ୍ପର୍କ, ଦେହ ଦେଖାଇଲେ ମିଳିବ ଅଧିକ ମାର୍କ, ନ୍ୟୁଡ୍ ଭିଡିଓ କଲ୍ ଭାଇରାଲ୍, ଜାଣନ୍ତୁ ପୁରା ଘଟଣା

 
Teacher student
ପୁଣି ଶିକ୍ଷକତାକୁ ନେଇ ଲାଗିଲା କଳଙ୍କ । ପୁଣି ବିବାଦରେ ନୟାଗଡ଼ ସ୍ବୟଂ ଶାସିତ ମହା ବିଦ୍ୟାଳୟ । ମହା ବିଦ୍ୟାଳୟର ଦୁଇ ଅଧ୍ୟାପକ ଅଧ୍ୟାପିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ହେଲା ଭାଇରାଲ୍ । ଚିନ୍ତାରେ ଅଭିଭାବକ ଓ କଲେଜ୍ କର୍ତ୍ତୃପକ୍ଷ । ପୁଣି ନୟାଗଡ଼ ଆସିଲା ବିବାଦ ଘେରରେ । 

T

ପୂର୍ବରୁ ଛାତ୍ରୀ ଓ ଅଧ୍ୟାପକଙ୍କ ଅନୈତିକ ସମ୍ପର୍କକୁ ନେଇ ଉଠିଥିଲା ବିବାଦ । ଏବଂ ନିକଟରେ ଏକ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ମାନେ ଅସଦାଚରଣ ନିମନ୍ତେ କରିଥିଲେ ଅଭିଯୋଗ । ହେଲେ ବର୍ତ୍ତମାନର ବିବାଦ କିନ୍ତୁ ସବୁକୁ ଟପି ଯାଇଛି । ଶିକ୍ଷା ବ୍ୟବସ୍ଥାରେ ଏପରି କାର୍ଯ୍ୟ କଳାପ ନିହାତି ନିନ୍ଦନୀୟ । ଯାହାକୁ ଘୋର ବିରୋଧ କରୁଛନ୍ତି ନୟାଗଡ଼ ବାସୀ ।

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏ ନେଇ ନୟାଗଡ଼ କଂଗ୍ରେସ କର୍ମୀ ମାନେ ପୋଲିସ୍ ର ତଦନ୍ତ ପାଇଁ ଦାବି କରିଛନ୍ତି । ଗୋଟିଏ ପରେ ଗୋଟିଏ ବିବାଦ ଘେରକୁ ଆସି ଯେ କେବଳ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ନିନ୍ଦିତ ହେଉଛି ତାହା ନୁହେଁ ବରଂ ଏଥି ପାଇଁ ସାରା ନୟାଗଡ଼ ଅଞ୍ଚଳ ନିନ୍ଦିତ ହେଉଛି । ଏହା ସହିତ ଅନ୍ଧାର ଘେରରେ ଅନ୍ଧାର ଆଡ଼କୁ ଚାଲି ଯାଉଛି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ।

ସୂଚନା ଅନୁସାରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଜା ମଣ୍ଡଳ ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଯାହା ଗୋଟିଏ ମୋବାଇଲ୍ ରୁ ଆଉ ଗୋଟିଏ ମୋବାଇଲ୍ କୁ ବେଶ୍ ଦ୍ରୁତ ଗତିରେ ଭାଇରାଲ ହେଉଛି ।