ଦେଖନ୍ତୁ ଭିଡିଓ: ବର୍ଷାଙ୍କୁ ଇଙ୍ଗିତ କରି ଟାର୍ଗେଟ କଲେ ଅନୁଭବ, ଛାଡ଼ପତ୍ର ଖାରଜ ହେବା ପରେ ରାଗିଲେ

 
Anubhav Varsha

ନା ମିଳିବ ଛାଡ଼ପତ୍ର ନା ରହିବେ ଏକାଠି। ବର୍ଷା ଓ ଅନୁଭବ ମାମଲାକୁ ଦୀର୍ଘ ଦିନ ବିତିଯାଇଥିବା ବେଳେ ସଂପର୍କରେ କୌଣସି ପରିବର୍ତ୍ତନ ନ ଆସିବା ପରେ ମଧ୍ୟ କୋର୍ଟର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପଟେ ଅନୁଭବ କିନ୍ତୁ ସବୁ ଦୋଷ ଲଦି ଦେଇଛନ୍ତି ବର୍ଷାଙ୍କ ଉପରେ।

ଘୁ

ଆଜି ଫ୍ୟାମିଲି କୋର୍ଟ ରେ ବର୍ଷା ଓ ଅନୁଭବଙ୍କ ମାମଲାର ଶୁଣାଣି ରହିଥିଲା। ଏହି ଶୁଣାଣିରେ କୋର୍ଟ ଅନୁଭବଙ୍କର ଛାଡ଼ପତ୍ର ଆବେଦନକୁ ଖାରଜ କରିଛି। କେବଳ ସେତିକି ନୁହେଁ ବର୍ଷାଙ୍କ ଦ୍ଵାରା ଆବେଦନ କରାଯାଇଥିବା ଏକାଠି ରହିବାର ପ୍ରସ୍ତାବକୁ ବି ସହମ୍ମତି ଦେଇନାହିଁ ଫ୍ୟାମିଲୀ କୋର୍ଟ। କୋର୍ଟର ଏଭଳି ଶୁଣାଣି ପରେ କିନ୍ତୁ ଅନୁଭବ ଟାର୍ଗେଟ କରିଥିଲେ ବର୍ଷାଙ୍କ।

ଅନୁଭବ ଟୁଇଟ କରି କହିଛନ୍ତି ଏହା ବର୍ଷାଙ୍କ ଖରାପ୍ ରାଜନୀତିର ପ୍ରଭାବ। ବର୍ଷାଙ୍କ ମନ୍ଦ ରାଜନୀତି ଆଗରେ ଆଜି ବଳି ପଡିଯାଇଛି ଆଇନ୍। ନ୍ୟାୟ ହାରି ଯାଇଛି ଅନ୍ୟାୟ ଜିତି ଯାଇଛି। ହେଲେ ଏହା ବେଶୀ ଦିନ ନୁହେଁ। ଦିନେ ନା ଦିନେ ନ୍ୟାୟାଳୟ ସଠିକ୍ ଘଟଣାକୁ ବୁଝି ପାରିବେ।ଏବଂ ତାଙ୍କୁ ଉଚିତ୍ ନ୍ୟାୟ ମିଳିବ।