ସିନିୟରଙ୍କ ରାଗିଙ୍ଗରେ ଅତିଷ୍ଠ ହୋଇପଡିଥିଲେ ଉତ୍କଳିକା, ସାମ୍ନାକୁ ଆସିଲା ମୃତ୍ୟୁର ବଡ଼ କାରଣ, ଜାଣନ୍ତୁ

 
Utkaliaka

ଉତ୍କଳ ସଂଗୀତ ମହାବିଦ୍ୟାଳୟ ହଷ୍ଟେଲ୍ରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ କ୍ୟାପିଟାଲ୍ ଥାନା ପୁଲିସ ଜବତ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚଡ଼ା ଅଞ୍ଚଳର ଉତ୍କଳିକା ସ୍ବାଇଁ। ଏନେଇ କ୍ୟାପିଟାଲ୍ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଛି।

ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ପୁଲିସ ପକ୍ଷରୁ ୱାର୍ଡେନ୍, ହଷ୍ଟେଲ୍ ପରିଚାଳିକାଙ୍କ ସମେତ ୫ଜଣଙ୍କୁ ଜେରା କରିଛି। ହେଲେ ଉତ୍କଳିକାଙ୍କୁ ନେଇ ସେମାନଙ୍କ ପାଖରୁ ସେଭଳି କିଛି ତଥ୍ୟ ମିଳିପାରି ନାହିଁ। ତାଙ୍କ ସହ ରହୁଥିବା ଦୁଇ ଛାତ୍ରୀଙ୍କୁ ପଚରାଉଚରା ପରେ ହିଁ ଅନେକ ତଥ୍ୟ ମିଳିବ ବୋଲି ପୁଲିସ କହିଛି। ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ମୋବାଇଲ୍ ଓ ସୋସିଆଲ୍ ମିଡିଆ ଚାଟ୍ର ଫରେନ୍ସିକ୍ ଯାଞ୍ଚ ହେବ।

Utkaliaka

ଏହାଛଡ଼ା ପୁଲିସ ଉତ୍କଳିକାଙ୍କ ମୋବାଇଲ୍ ମଧ୍ୟ ତଥ୍ୟ ହାତାଇବା ପାଇଁ ପ୍ରୟାସ କରିଛି। ହେଲେ ପାସ୍ୱାଡ୍ ଥିବାରୁ ମୋବାଇଲ୍କୁ ଅନ୍ଲକ୍ କରାଯାଇପାରିନାହିଁ। ତେଣୁ ମୋବାଇଲ୍କୁ ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟୋରି (ଏସ୍ଏଫ୍ଏସ୍ଏଲ୍) ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ମୋବାଇଲ୍ ଅନ୍ଲକ୍ ପରେ ତାଙ୍କ ହ୍ବାଟସ୍ଆପ୍ ଓ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟର ଚାଟ୍କୁ ଯାଞ୍ଚ କରାଯିବ। ଯଦି ସେଭଳି କୌଣସି ଆପତ୍ତିଜନକ ତଥ୍ୟ ଥାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ କହିଛି। 

ପ୍ରକାଶ ଥାଉ କି, ସୋମବାର ସକାଳ ୮ଟା ସମୟରେ ହଷ୍ଟେଲ୍ରେ ଦୁଇ ଜଣ ଛାତ୍ରୀ ଉତ୍କଳିକାଙ୍କୁ କଲେଜ୍ ଯିବା ପାଇଁ ଡ଼ାକିଥିଲେ। ହେଲେ ସେ କିଛି ଜବାବ ଦେଇନଥିଲେ। କବାଟକୁ ଜୋର୍ରେ ବାଡ଼େଇବାରୁ ଲକ୍ ଖୋଲିଯାଇଥିଲା ଓ ଉତ୍କଳିକା ଫ୍ୟାନ୍ରେ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ପରେ ପୁଲିସ୍କୁ ଖବର ଦିଆଯାଇଥିଲା।