ଦେଖନ୍ତୁ ଭିଡିଓ: ଚାଞ୍ଚଲ୍ୟ! ନିର୍ମାଣାଧୀନ ପାଣି ଟାଙ୍କି ଭିତରୁ ବାହାରିଲା ଦୁଇ ଦୁଇଟା କଙ୍କାଳ

 
Kankala
ପିଇବା ପାଣି ଟାଙ୍କିରୁ ବାହାରୁଛି କଙ୍କାଳ । ସେ କଙ୍କାଳ କାହାର ଓ ସେଠାକୁ କିପରି ଗଲା । ବର୍ତ୍ତମାନ ଏହା ଏକ ବଡ ପ୍ରଶ୍ନ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ସଦର ଥାନା ଅନ୍ତର୍ଗତ ନିଶ୍ଚନ୍ତା ଗାଆଁର ।

ତ୍

ଏହି ଘଟଣାଟି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି । ନିଶ୍ଚନ୍ତା ଗାଁରୁ ଅନତି ଦୂରରେ ପଡିଆ ମଝିରେ ଗୋଟିଏ ପାଣି ଟାଙ୍କି ନିର୍ମାଣ କରା ଯାଇଥିଲା । ହେଲେ ଟାଙ୍କିର କାମ ସମ୍ପୂର୍ଣ ହୋଇ ନ ଥିଲା । ଟାଙ୍କିରେ ଛାତ ପଡ଼ି ନ ଥିଲା କି ପାଇପ୍ କନେକ୍ସନ୍ ମଧ୍ୟ ଦିଆଯାଇ ନ ଥିଲା।

ପଡ଼ିଆରେ ସେହି ଅଧା ତିଆରି ଟାଙ୍କିଟି ଖୋଲା ପଡିଥିଲା । ସୂଚନା ଅନୁସାରେ ଆଜି ଅପରାହ୍ନରେ କିଛି ପିଲା ସେହି ପଡ଼ିଆରେ ଖେଳୁଥିବା ସମୟରେ ସେହି ଟାଙ୍କିର ପାହାଚ ଚଢ଼ି ଉପରକୁ ଯାଇଥିଲେ । ଏବଂ ସେଠାରେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ୟ୍ଯ କରିଥିଲା ।

ସେମାନେ ଟାଙ୍କି ଭିତରେ କଙ୍କାଳ ପଡ଼ି ଥିବାର ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ଗାଆଁ ଲୋକଙ୍କୁ ଜଣାଇବା ପରେ ଗାଆଁ ଲୋକେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିବା ସହିତ କଙ୍କାଳ କାହାର ଜାଣିବା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।