୨ ମାସ ନପୂରୁଣୁ ରାମ ମନ୍ଦିରରୁ ବଡ଼ ଚୋରି, ହୁଣ୍ଡି ଭାଙ୍ଗି ଲୁଟି ନେଲେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର, ଜାଣନ୍ତୁ ପୁରା ଖବର

 
Ram mandir

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ପୁରିବାକୁ ନାହିଁ ଦୁଇ ମାସ । ଏଥି ମଧ୍ୟରୁ ଆଉ ଏକ ମନ୍ଦିରରୁ ହୋଇ ଗଲାଣି ଚୋରି ! ଜାନୁୟାରୀ ୨୨ ତାରିଖ ଦିନ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଆଧ୍ୟାତ୍ମିକତାରେ ପୂରି ଉଠିଥିଲା ଭାରତ ବର୍ଷ । ସମସ୍ତଙ୍କ ପାଟିରେ ଏବଂ ମନରେ ଥିଲା ସେହି ଗୋଟିଏ ନାମ । ଜୟ ଶ୍ରୀ ରାମ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Ram temple

ଏଥି ମଧ୍ୟରେ ଘଟି ଯାଇଛି ଏକ ନିନ୍ଦନୀୟ ଘଟଣା । ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରରୁ ଦୁବୃର୍ତ୍ତ ମାନେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । ଯେଉଁ ଦିନ ପ୍ରଭୁ ଶ୍ରୀ ରାମଙ୍କର ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା ସେହି ଦିନ ନୟାଗଡ଼ ଜିଲ୍ଲା ନୀଳଗିରି ପାହଡ ଉପରେ ପ୍ରଭୁ ଶ୍ରୀ ରାମଙ୍କର ଅନ୍ୟ ଏକ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଯାହାକୁ ଦ୍ଵିତୀୟ ଅଯୋଧ୍ୟା ମଧ୍ୟ କୁହାଯାଏ ।

ଯେଉଁଠାରେ ଭକ୍ତ ମାନଙ୍କର ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ଅଯୋଧ୍ୟା ଭଳି ଏଠାରେ ମଧ୍ୟ ଅନେକ କିଛି ଦାନ କରିଥିଲେ ଲୋକେ । ନିଜ ନିଜର ସାମର୍ଥ୍ୟ ଅନୁସାରେ ମନ୍ଦିରକୁ ବିପୁଳ ପରିମାଣର ଅର୍ଥ ରାଶି , ସୁନା ଗହଣା ଆଦି ଦାନ କରା ଯାଇଥିଲା । ଅଯୋଧ୍ୟା ଭଳି ନୟାଗଡ଼ ମଧ୍ୟ ସେଦିନ ଜନ ସମାଗମରେ ଭରି ଉଠିଥିଲା ।

ହେଲେ ପ୍ରାଣ ପ୍ରତିଷ୍ଠାକୁ ଦୁଇ ମାସ ପୂରି ନ ଥିବା ବେଳେ କିଛି ଦୁର୍ବୃତ୍ତ ମାନେ ମନ୍ଦିରରୁ ପାଖା ପାଖି ଦୁଇ ତିନି ଲକ୍ଷ ଟଙ୍କା ସହିତ ପ୍ରଭୁଙ୍କର ଅନେକ ସୁନା ରୂପାର ଆଳି ଅଳଙ୍କାର ମଧ୍ୟ ଚୋରି କରି ନେଇଛନ୍ତି । ଘଟଣା ଟିକୁ ନେଇ ସେହି ସ୍ଥାନରେ ବର୍ତ୍ତମାନ ଏକ ପ୍ରକାରର ଚାଞ୍ଚଲ୍ୟ ଦେଖା ଦେଇଛି ।