ପାଣ୍ଡିଆନଙ୍କ ପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିସ୍କାର କଲେ ନବୀନ! ଜାଣନ୍ତୁ କଣ ରହିଛି ପ୍ରକୃତ କାରଣ

 
Soumya Ranjan Pattnaik

ଦଳ ସୁପ୍ରିମଙ୍କ ବଡ ନିଷ୍ପତ୍ତି। ଦଳରୁ ବହିଷ୍କୃତ ହେଲେ ଦୁଇ ଦୁଇ ବିଧାୟକ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ସୁପ୍ରିମଙ୍କ ଏହି ନିଷ୍ପତ୍ତି କେତେ ଲାଭବାନ ରହିବ ତାହା ଜଣା ପଡ଼ିବ। ପୁର୍ବରୁ ଅନେକ ନେତା ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ ଏଠି କିନ୍ତୁ କଥା ନିଆରା। କୁହା ଯାଉଛି ଜନ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ନେତାଙ୍କୁ ବହିଷ୍କାର କରାଯାଇଛି। ହେଲେ ଏହା ଜନ ବିରୋଧୀ କି ଦଳ ବିରୋଧି ତାହା ପ୍ରଶ୍ନର ବିଷୟ।

ଘୁ

ବହିଷ୍କୃତ ହୋଇଥିବା ଦୁଇ ବିଧାୟକ ହେଉଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ଦୁହେଁ ବେଶ୍ ପରିଚିତ ଓ ଆପଣାର ନବୀନଙ୍କର। ହେଲେ ଏବେ କିନ୍ତୁ ହୋଇଯାଇଛନ୍ତି ବିବାଦୀୟ। ପୁର୍ବରୁ ସୌମ୍ୟଙ୍କୁ ଉପସଭାପତି ପଦରୁ ବାଦ ଦିଆ ଯାଇଥିଲା। କାରଣ ସେ ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରୁଥିଲେ ସରକାରଙ୍କୁ। ଏଠି ପ୍ରତିନିଧି ବଡ କି ସଚିବ ବଡ ପ୍ରଶ୍ନର ଉତ୍ତରରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା।

ସୌମ୍ୟଙ୍କର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ କରି ସମ୍ବାଦ ଭବନରେ ଚଢାଉ କରିଥିଲା EOW। ଏପଟେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଛି। ଯାହାର ତଦନ୍ତ ଭିଜିଲାନ୍ସ ଏବେ ବି ଜାରି ରଖିଛି।

Naveen Patnaik

ଦଳ ପକ୍ଷରୁ ଜାରି ପ୍ରେସ ମୀଟିଂରେ ଦଳର ସଭାପତି କହିଛନ୍ତି ଯେ ଏହି ଦୁଇ ନେତା ଅନେକ ଦୁର୍ନୀତି ଓ ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଏପରି ଦୁର୍ନୀତି ଲୋକମାନଙ୍କର ଦଳରେ କୌଣସି ସ୍ଥାନ ନାହିଁ। ମାତ୍ର ଏହି କଥାକୁ କଂଗ୍ରେସ ଓ ବିଜେପି ଘୋର ବିରୋଧ କରିବା ସହିତ ଏହା ଗଣତନ୍ତ୍ର ପ୍ରତି ଅନୁକୂଳ ନୁହେଁ ବୋଲି କହିଛନ୍ତି।