୨ ଜଣଙ୍କୁ ପ୍ରେମ କରି ଫସିଗଲେ ଯୁବତୀ, ପାର୍କରେ ଜଣଙ୍କ ସହ ଥିବାବେଳେ ଆସିଗଲା ଆଉ ଜଣେ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jubaka jubati

ଏକାସାଙ୍ଗରେ ଦୁଇ ଦୁଇ ଜଣ ଯୁବକଙ୍କୁ ଭଲ ପାଉଥିଲେ ଏହି ଯୁବତୀ। ଯୁବତୀ ଜଣକ ଏତେ ଚାଲାକ ଥିଲେ ଯେ ଉଭୟ ପ୍ରେମିକ ଏ ବିଷୟରେ କିଛି ଟେର୍ ପାଉନଥିଲେ। କିନ୍ତୁ, ଅବା କେତେ ଦିନ ପର୍ଯ୍ୟନ୍ତ ଏହି ଚୋରା ପୀରତି ଚାଲିଥାନ୍ତା। ଶେଷରେ, ନୂଆ ପ୍ରେମିକ ସହ ବୁଲୁଥିବା ବେଳେ ପୁରୁଣା ପ୍ରେମିକ ଧରିଦେବାରୁ ଆରମ୍ଭ ହୋଇଯାଇଥିଲା ଲଙ୍କାକାଣ୍ଡ।

Affair

ଏହିଭଳି ଏକ ଘଟଣା ରାଜଧାନୀ ଇନଫୋସିଟି ଅଞ୍ଚଳରେ ଦେଖିବାକୁ ମିଳିଛି। ଖବର ମୁତାବକ ରଶ୍ମିତା ନାମକ ସଂପୃକ୍ତ ଯୁବତୀ ଜଣକ ଶୈଳଶ୍ରୀ ବିହାର ଅଞ୍ଚଳରେ ରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଛନ୍ତି। ତେବେ, ଗତକାଲି ସେ ନିଜ ସହପାଠୀଙ୍କୁ ଇନ୍ଫୋସିଟି ଅଞ୍ଚଳକୁ କଥା ହେବାପାଇଁ ଡାକିଥିଲେ। ଦୁହେଁ ପୂର୍ବ ନିର୍ଦ୍ଧାରିତ ଯାଗାରେ ଦୀର୍ଘ ସମୟ ଧରି କଥା ହେଉଥିବା ବେଳେ ସେଠାରେ ଯୁବତୀଙ୍କ ପୂର୍ବତନ ପ୍ରେମିକ ପହଞ୍ଚି ଯାଇଥିଲା। 

Infocity police station

ସେଠାରେ ପହଞ୍ଚି ପ୍ରେମିକ ଏ ପୁଅ ସହ ଏଠାରେ କାହିଁକି ଗପୁଛ ବୋଲି ରଶ୍ମିତାଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ରଶ୍ମିତାଙ୍କ ମିଛ ଧରପଡିବା ପରେ ପୂର୍ବତନ ପ୍ରେମିକ ତାଙ୍କୁ ଦୁଇଟି ଚାପୁଡ଼ା ମାରିଥିଲେ। ଏହା ଦେଖି ନୂଆ ପ୍ରେମିକ ଉତକ୍ଷିପ୍ତ ହୋଇଉଠିଥିଲା ଯାହାଫଳରେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା ଏବଂ ମାରପିଟ ଆରମ୍ଭ ହୋଇଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ଜଣଙ୍କୁ ଥାନାକୁ ନେଇଯାଇଥିଲା। ତେବେ ଆପୋଷ ବୁଝାମଣା ପରେ ତିନି ଜଣଙ୍କୁ ପୋଲିସ ଛାଡ଼ିଦେଇଥିବା ସୂଚନା ମିଳିଛି।