ଦେଖନ୍ତୁ ଭିଡିଓ: ଦୁଇ ଜଣ ସାଙ୍ଗ ମୋବାଇଲ ଦେଖୁଥିଲେ, ଆକାଶରୁ ଖସିଲା ବିଜୁଳି, ଚାଲିଗଲା ଜୀବନ

 
Lightning

ବଜ୍ରପାତ ନେଲା ଜୀବନ।ଜଣେ ମୃତ ଏବଂ ଆଉ ଜଣେ ଗୁରୁତର।ବଜ୍ରପାତ ବେଳେ ଦୁଇ ସାଙ୍ଗ ବସି ଦେଖୁଥିଲେ ମୋବାଇଲ୍ ଫୋନ।ଆଉ ସେହି ସମୟରେ ହୋଇ ଥିଲା ବଜ୍ରପାତ। ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ।

ଏପରି ଥରେ ନୁହେଁ ଅନେକ ଥର ବିଶେଷ କରି ଏହି ବର୍ଷା ଋତୁରେ ଅନେକ ଜୀବନ ଯିବାର ଆମେ ଆଗରୁ ଶୁଣିଛେ। ଅକାଳ ମୃତ୍ୟୁର ତାଲିକାରେ ବଜ୍ରପାତରେ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି।
Rr
ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚଇନିହୁଡ଼ା ଗ୍ରାମରେ। ଉକ୍ତ ଗ୍ରାମର ନୀଳମଣି ନାୟକଙ୍କ ସାନ ପୁଅ ମନୋରଞ୍ଜନ ନାୟକ, ବୟସ - ୧୮ ଓ ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ, ବୟସ -୧୮ । ଦୁଇ ସାଙ୍ଗ ମିଶି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏକ ଛୋଟ ପୋଲ ଉପରେ ବସି ମୋବାଇଲ୍ ଦେଖୁଥିଲେ। ସେହି ସମୟରେ ହଠାତ୍ ଜୋରରେ ହୋଇଥିଲା ବଜ୍ରପାତ।
ଘଟଣା ସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିବା ବେଳେ ମନୋଜ ଙ୍କ ମୁଣ୍ଡରେ ଜୋରରେ ଲାଗିଥିଲା ଆଘାତ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। NCRB ର ତଥ୍ୟ ଅନୁଯାଇ, ରାଜ୍ୟରେ ୨୦୧୮ ମସିହାର ବଜ୍ରପାତରେ ୨୯୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଲଗାତାର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଏବଂ ୨୦୨୩ ରେ ଏହା ପ୍ରାୟ ୨୦୦ ରୁ ଅଧିକ ଜୀବନ ନେଲାଣି।