ଦେଖନ୍ତୁ ଭିଡିଓ: ଟୁଟୁ ନାୟକ ଗୋଟେ ଅସଭ୍ୟ, ଏଗୁଡ଼ା ନାଁ ନେବାକୁ ମୁଁ ଚାହୁଁନି: ସନଲିସା ପଟେଲ୍ !

 
Sanalisha
ଏବେ ବି ଥମିବାର ନାଁ ନେଉ ନାହିଁ ଓଡ଼ିଆ ସିନେମା ଜଗତର କଳହ । କେବେ ସିନେମା କଳହରେ ଓଡ଼ିଆ ସିନେମାକୁ ବନ୍ଦ୍ କରା ଯାଉଛି ତ କେବେ ସିନେମା କଳିକୁ ଓଡ଼ିଶାକୁ ଭାଗ ଭାଗ କରିବାର କଥା କୁହା ଯାଉଛି । ଏହା ଭିତରେ ଆଉ ଏକ ଅଭିଯୋଗ ଆଣିଛନ୍ତି ସନଲିସା ପଟେଲ୍ ।
Sanalisha

ସନଲିସାଙ୍କ ଅଭିଯୋଗ ଅନୁସାରେ ହ୍ୱାଟସପ୍ର ଏକ ଗ୍ରୁପ୍ ରେ ଅପମାନ କରା ଯାଉଛି ଓଡିଆ ସିନେମା ଜଗତର କଳାକାର ମାନଙ୍କୁ । ଯେପରିକି ଅପରାଜିତା ମହାନ୍ତି , ମହେଶ୍ୱତା , ମିହିର ଦାସ । ଏହି ଅଭିଯୋଗ ସେ ଭିସିଶିର ୭ ଜଣିଆ ମେମ୍ବରଙ୍କ ଉପରେ ଲଗାଇଛନ୍ତି ।

ସେ କହିଛନ୍ତି ଟୁଟୁ ନାୟକ , ଜ୍ୟୋତି , ପ୍ରିତମ ଏହି ମାନେ ଓଡ଼ିଶା ସିନେମା ଜଗତରେ ନିଜର ଆତ୍ମଗର୍ବ ଦେଖାଇଛନ୍ତି । ଯେଉଁମାନଙ୍କ ପାଇଁ ସିନେମା ଜଗତ ଧ୍ଵଂସ ହେବାକୁ ଯାଉଛି । ଏମାନଙ୍କର ଯଦି ଇତିହାସ ଦେଖାଯାଏ ତେବେ କେତେ ଯେ କଳା କାରନାମା ବାହାରିବ ତାହାର ହିସାବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଏହି ସବୁ ଘଟଣା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଦାଲତରେ ଶୁଣାଣି କରାଯାଇ ସେମାନଙ୍କୁ ଦଣ୍ଡ ଦିଆଯାଉ ।