ଦେଖନ୍ତୁ ଭିଡିଓ: ତୃଣଭୋଜି କଇଁଛ ଖାଉଛି ମଣିଷ ମାଂସ, ତାହା ପୁଣି ଗଙ୍ଗା ନଦୀ କୂଳରେ, ସରିଯିବ କଳିଯୁଗ!

 
Kaincha

​​​​​​କୁମ୍ଭୀର ମଣିଷ ଖାଇବା କଥାଟି ସାଧାରଣ। ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଚମକାଇ ଦେଇପାରେ। ଘଟଣାଟି ଆପଣଙ୍କୁ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଘଟଣାଟି ହେଉଛି କଇଁଛ ଖାଉଛି ମଣିଷ ମାଂସ।ଆମେ ସମସ୍ତେ ଜାଣୁ କଇଁଛ ଏକ ତୃଣଭୋଜୀ ପ୍ରାଣୀ।ହେଲେ ଏମିତି ସ୍ଥାନ ରହିଛି ଯେଉଁଠି କଇଁଛ ମାନେ ଖାଉଛନ୍ତି ମଣିଷ ମାଂସ ଏବଂ ଏଥିରେ ସରକାରଙ୍କର ମଧ୍ୟ ଯୋଜନା ରହିଛି।

Kachua

ଘଟଣାଟି ଗଙ୍ଗା ନଦୀର। ଗୋଟେ କି ଦୁଇଟି ନୁହେଁ ଦଳ ଦଳ କଇଁଛ ଏଠାରେ ଖାଆନ୍ତି ମଣିଷ ମାଂସ। ଗଙ୍ଗା ନଦୀର ଜଳ ଦୂଷିତ ହେବା ନେଇ ଉପୁଜୁଥିବା ସମସ୍ୟା ସହ ଆମେ ସମସ୍ତେ ଜଡ଼ିତ।ସରକାରଙ୍କର ଅନେକ ଯୋଜନା ଫେଲ ମାରିଛି ଏହାକୁ ନେଇ। ହିନ୍ଦୁ ମାନେ ସାଧାରଣତଃ ବିଶ୍ୱାସ ରଖିଥାନ୍ତି ଯେ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କଲେ ଆତ୍ମା ମୋକ୍ଷପ୍ରପ୍ତି ହୋଇଥାଏ। ଏହି ବିଶ୍ୱାସ ହେତୁ ପ୍ରତି ବର୍ଷ କୁଢ଼ କୁଢ଼ ଶବ ଭସା ଯାଇଥାଏ ଗଙ୍ଗା ନଦୀରେ। ଯେଉଁଥିପାଇଁ ଏକ ସମୟରେ ଗଙ୍ଗା ନଦୀ ବିପର୍ଯ୍ୟୟ ଅବସ୍ଥାରେ ପହଞ୍ଚିଥିଲା

g

ଏହି ସମସ୍ୟାକୁ ଦୂର କରିବା ପାଇଁ ୧୯୮୦ ମସିହାରେ ସରକାର ଏକ ଯୋଜନା ଜାରି କରିଥିଲେ । ଏହି ଯୋଜନା ଅନୁସାରେ ମାଂସ ଖାଉଥିବା କଇଁଛମାନଙ୍କୁ ଆଣି ଗଙ୍ଗା ନଦୀରେ ଛଡ଼ା ଯାଉଥିଲା।ଏହି କଇଁଛ ଗୁଡ଼ିକ ଉତ୍ତରପ୍ରଦେଶର ଲକ୍ଷ୍ନୌ ଫାର୍ମରୁ ଆସିଥିଲେ।

ଯେଉଁଠାରେ ଏକ ଚାଷୀ ଏକ କଇଁଛ ଫାର୍ମ କରି କଇଁଛ ମାନଙ୍କୁ ପୋଡ଼ା ମାଂସ ଖାଇବାକୁ ଦେଉଥିଲେ। ଏହି ଫାର୍ମରୁ ପ୍ରାୟ ୨୫୦୦୦ କଇଁଛ ଆଣି ଗଙ୍ଗା ନଦୀରେ ଛଡ଼ା ଯାଇଥିଲା। ଏହା ପଛର ଉଦ୍ଦେଶ୍ୟ ଥିଲା ଗଙ୍ଗା ନଦୀରେ ଭାସୁଥିବା ମୃତ ଶରୀର ଗୁଡ଼ିକୁ ଶେଷ କରିବା ଯାହାଫଳରେ କି ନଦୀ ଜଳ ସ୍ୱଚ୍ଛ ରହିବ।