ସତ ହେଉଛି ପଞ୍ଜିକାର ଭବିଷ୍ୟବାଣୀ, ଖଡୀରତ୍ନ ପଞ୍ଜିକାରେ ହୋଇଛି ବାତ୍ୟାକୁୁ ନେଇ ପୂର୍ବାନୁମାନ, ଜାଣନ୍ତୁ ପୁରା ଖବର
ବାତ୍ୟା ଦାନାକୁ ନେଇ ଏବେ ସାରା ରାଜ୍ୟରେ ଭୟ । ପାଣିପାଗ ବିଭାଗ ବି ବାତ୍ୟାକୁ ନେଇ ସତର୍କ କରାଇ ସାରିଲାଣି । କେଉଁଠି ଅରେଞ୍ଜ ୱାର୍ଣ୍ଣିଂ ତ କେଉଁଠି ପ୍ରଳୟର ରୂପ ନେବ ବୋଲି କହୁଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା, ଦ୍ରୁତ ବେଗରେ ପବନ ସାଙ୍ଗକୁ ଭୟଙ୍କର ରୂପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା ।
କିନ୍ତୁ ଏହି ବାତ୍ୟାକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ ହୋଇସାରିଛି । ଏହି ବାତ୍ୟାକୁ ନେଇ ସତ କହିଥିଲା ପାଞ୍ଜି । ଅକ୍ଟୋବର ମାସରେ ଭୟଙ୍କର ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଞ୍ଜିରେ ଲେଖା ରହିଛି । ବାତ୍ୟାର ପରିଣାମ ଉପରେ ମଧ୍ୟ ଭବିଷ୍ୟବାଣୀ ଆକରରେ ପାଞ୍ଜିରେ ଉଲ୍ଲେଖ ରହିଛି ।
ପୂର୍ବରୁ ହୋଇଥିବା ଗଣନା ଏବେ ଗୋଟି ଗୋଟି କରି ସତ ହେବାରେ ଲାଗିଛି । ଓଡିଶା ମୁହାଁ ହେଉଛି ବାତ୍ୟା ‘ଦାନା’ । ଏହାକୁ ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ପାଞ୍ଜିରେ ବହୁ ପୂର୍ବରୁ ଏନେଇ ଗଣନା କରାଯାଇଛି । ଓଡିଶା ପାଞ୍ଜି ଖଡିରତ୍ନରେ ତୁଳାମାସରେ ବାତ୍ୟା ହେବ ବୋଲି ଲେଖା ହୋଇଛି ।
ଅକ୍ଟୋବର ୧୭ରୁ ୨୩ ତାରିଖ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶା ଏକ ଭୟଙ୍କର ରୂପ ଦେଖିବ ବୋଲି ପାଞ୍ଜିରେ ସ୍ପଷ୍ଟ ଲିଖିତ ରହିଛି । ଗଣନା ଏବଂ ପାଞ୍ଜିରେ ଉଲ୍ଲେଖ ଥିବା ଭବିଷ୍ୟବାଣୀ ଆଜି ସତ ହେଉଛି ବୋଲି କୁହାଯାଉଛି । ପାଞ୍ଜିରେ କୁହାଯାଇଛି ଯେ, “ଆଶ୍ୱୀନ-କାର୍ତ୍ତିକ ମାସକୁ ରାଜ୍ୟର ଉପକୂଳ ଅଞ୍ଚଳରେ ଝଡ଼ବାତ୍ୟାର ସୂଚନା ରହୁଛି ।”
ବର୍ତ୍ତମାନ କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ଭୟଙ୍କର ବାତ୍ୟା ‘ଦାନା’ର ସତର୍କବାଣୀ ଶୁଣାଇ ସାରିଛନ୍ତି । ଏହାପରେ ପାଞ୍ଜିରେ ଲେଖା ରହିଛି ଯେ, “ବୃଷ ମାସ ଦି୨୨ନ ଠାରୁ ଦି୨୫ନ ପର୍ଯ୍ୟନ୍ତ ବୃଷ ରାଶିରେ ଏବଂ ଚୈତ୍ର ମୀନ ମାସରେ ଦି୧୫ନ ଠାରୁ ଦି୧୭ନ ପର୍ଯ୍ୟନ୍ତ ଏବଂ ଦି୨୧ନ ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ମୋଟ ୩ ଥର ପଞ୍ଚଗ୍ରକୂଟ ଓ ୧ ଥର ଷଡ଼ଗ୍ରକୂଟ ଥିବାରୁ ରାଜ୍ୟ ଏବଂ ଦେଶ ପାଇଁ ଅଶୁଭ ସଂକେତ ଅଟେ ।” ପାଞ୍ଜିର ଏହି ଭବିଷ୍ୟବାଣୀ ସାରା ରାଜ୍ୟକୁ ଭୟଭୀତ କରାଇ ଦେଇଛି ।