ରାତି ହେଲେ ଆସୁଥିଲା ଇରାନୀଙ୍କ ଅଶ୍ଳୀଳ ଭିଡିଓ କଲ୍, ଦେହ ସୁଖ ଦେବେ କହି ଭଡ଼ା ଘରକୁ ଡାକୁଥିଲେ, ଆଉ ତାପରେ...

 
Irani

​​​​​​ହନିଟ୍ରାପର ଆଉ ଏକ ଘଟଣା ଆସିଛି ଆଖି ସାମ୍ନାକୁ। ଘଟଣାଟି ରଜଧାନିର।କାହା ପାଇଁ ଗାର୍ଲ୍ ଫ୍ରେଣ୍ଡ୍ ତ କାହା ପାଇଁ ଭାଉଜ ସାଜି ଲୁଟୁଛନ୍ତି ଟଙ୍କା। ଛାତ୍ର ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ି ନାହାଁନ୍ତି ସେ। ସମସ୍ତଙ୍କୁ ନିଜ ଜାଲରେ ଫସାଇ ମନ ଇଛା ଲୁଟିଛନ୍ତି ଟଙ୍କା। କେବେ ଭିଡିଓ ଦେଖାଇ ତ କେବେ ଚାର୍ଟ ଦେଖାଇ ବ୍ଲାକମେଲ କରି ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ରାତା ରାତି ବଡ଼ ଲୋକ ହେବାର ନିଶା ଘାରିଥିଲା।ସେମାନେ ଆଇନ୍ ର ଭୟକୁ ଭୁଲି ଜାଇ ନିର୍ଭୟରେ ଚଳାଇଥିଲେ ଟଙ୍କା କାରବାର ତା ପୁଣି ରାଜଧାନୀରେ।

Irani

ହେଲେ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ। ରାଜଧାନୀର ତମାଣ୍ଡୋ ଥାନା ପୋଲିସ ଅଭିଯୋଗ କ୍ରମେ ଠାବ କରି ଗିରଫ କରିଛି ଏହି ବ୍ଲାକମେଲର ଗ୍ୟାଙ୍ଗକୁ । ସୂଚନା ଅନୁଯାୟୀ ପୋଲିସ ଲେଡି ବ୍ଲାକମେଲର ଇରାନି ପାତ୍ର ଓ ତାଙ୍କ ସ୍ଵାମୀ ନିଶିକାନ୍ତ ପାତ୍ରଙ୍କ ସମେତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଇରାନୀଙ୍କ ଘର ଯାଜପୁର ଜିଲ୍ଲାରେ। ରାଜଧାନୀରେ ବିଭାଘର ପରେ ସ୍ଵାମୀଙ୍କ ସହିତ ଆରମ୍ଭ କରି ଦେଇଥିଲେ ସେ ଏପରି କାର୍ଯ୍ୟ।

ଇରାନୀଙ୍କ ଦୀର୍ଘ ଦିନ ଧରି ଚାଲିଥିବା କାର୍ଯ୍ୟ ସେତେବଳେ ଆଖି ସାମ୍ନାକୁ ଆସିଲା ଯେତେବଳେ ସେ ରାଜଧାନୀର ଏକ ଡାକ୍ତରଙ୍କୁ ନିଜ ଜାଲରେ ପକାଇଥିଲେ। ଡାକ୍ତରଙ୍କ ଅଭିଯୋଗ କ୍ରମେ ହିଁ ପୋଲିସ ସମ୍ଭବ ହୋଇଥିଲା ଇରାନିଙ୍କ ଟିମ୍ କୁ ଧରିବା ପାଇଁ। ଡାକ୍ତର ଙ୍କ ଅଭିଯୋଗ ଅନୁସାରେ ଇରାନି ରାତ୍ରି ପ୍ରାୟ ୧୧ଟା ପାଖା ପାଖି ଡାକ୍ତରଙ୍କୁ ଫୋନ କରି ନିଜ ପେଟରେ ଭୀଷଣ ଯନ୍ତ୍ରଣା ହେଉଛି ବୋଲି କହିଥିଲେ। ଯଦି ଆପଣ ନ ଆସିବେ ତେବେ ମୁ ମରିଯିବି। ଯାହା ଶୁଣିବା ପରେ ଡ଼ାକ୍ତର ପହଞ୍ଚି ଥିଲେ ଇରାନିଙ୍କ ଘରେ। ଡାକ୍ତର ପହଞ୍ଚୁ ପହଞ୍ଚୁ ଇରାନି ମାଡ଼ି ବସିଥିଲା ଡାକ୍ତରଙ୍କୁ।

Irani

ଡାକ୍ତର ଜଣକ କିଛି ବୁଝିବା ପୂର୍ବରୁ ଭିଡିଓ ରେକର୍ଡିଙ୍ଗ କରି ଇରାନିଙ୍କ ସ୍ଵାମୀ ଓ ଅନ୍ୟ ଦୁଇ ଜଣ ତାଙ୍କୁ ମାଡ ମାରିଥିଲେ ଏବଂ ୨୫ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ଭିଡିଓ ଭାଇରରାଲ କରିବା ସହିତ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ।ଯାହା ପରେ ଡାକ୍ତର ଜଣକ ଘଟଣାସ୍ଥଳରେ ୧ଲକ୍ଷ ଟଙ୍କା ଫୋନ୍ ପେ କରିବା ସହିତ ଚେକ୍ ମାଧ୍ୟମରେ ୮ଲକ୍ଷ ଟଙ୍କା ଦେଇ ଥିଲେ।

ହେଲେ ଡାକ୍ତର ଜଣକ ଡରି ନ ଯାଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ନିଜର ତଦନ୍ତ ଜାରି କରି ଦେଇଥିଲେ। ଏବଂ ଅଭିଯୋଗକାରୀ ମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲେ। ପୋଲିସର ତଦନ୍ତ ଅନୁସାରେ ଜଣା ପଡ଼ିଛି ଯେ ଇରାନି ଜଣେ ଯାତ୍ରା ଅଭିନେତ୍ରୀ ଥିଲେ। ଯାତ୍ରାରେ କିଛି ଅଧିକ ରୋଜଗାର ନ ହେବାରୁ ସେ ନିଜ ସ୍ଵାମୀ ସହିତ ମିଶି ଆରମ୍ଭ କରି ଦେଇଥିଲେ ଏହି ଭଳି ଟ୍ରାପ। ପୋଲିସର ତଦନ୍ତ ଏବେ ମଧ୍ୟ ଜାରି ରହିଛି।