ଉପର ମୁହାଁ ହେଉଛି କରୋନା ସଂକ୍ରମଣ, ଶୀଘ୍ର ଓଡ଼ିଶାରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍! ଜାଣନ୍ତୁ ସରକାର କଣ କରୁଛନ୍ତି ପ୍ଲାନିଂ

 
ଉପର ମୁହାଁ ହେଉଛି କରୋନା ସଂକ୍ରମଣ, ଶୀଘ୍ର ଓଡ଼ିଶାରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍! ଜାଣନ୍ତୁ ସରକାର କଣ କରୁଛନ୍ତି ପ୍ଲାନିଂ

ଓଡ଼ିଶାରେ ବର୍ତ୍ତମାନ କାରୋନା ସଂକ୍ରମଣ ଧ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ। ଏଭଳି ପରିସ୍ଥିତି ରେ ପୁଣି ଓଡିଶାକୁ ଫେରିପାରେ ଲକଡ଼ାଉନ୍। ଏବେଠୁ କଡ଼ା କଟକଣା ଲାଗୁ କରା ନ ଗଲେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଅଶୋକ ମହାପାତ୍ରଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କବାଣୀ ଦେଇ ସାରିଲେଣି।

ଓଡ଼ିଶାର ସହରାଞ୍ଚଳ ଯଥା ଭୁବନେଶ୍ବର, କଟକ ଏବଂ ପଶ୍ଚିମ ଓଡିଶାର ବହୁତ ଜିଲ୍ଲାରେ ଲକଡ଼ାଉନ୍ ଫେରିପାରେ ବୋଲି ଅନୁମାନ କରାଯାଉଛି। ଏଭଳିକି ଯେଉଁ ସ୍ଥାନରେ କରୋନା ନିୟମ ନ ମାନି କାର୍ଯ୍ୟ କରାଯାଉଛି ସେଠାରେ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ଲକଡ଼ାଉନ ଏବଂ ସଟଡାଉନ୍ କରିବାକୁ ପ୍ରଶାସନ ଚେତାବନୀ ଦେଇଛି।

ତେବେ ପୁଣି ଥରେ ଲକ୍‌ ଡାଉନ୍‌ ନକରି ସରକାର ସମଗ୍ର ରାଜ୍ୟରେ ଗୋଟେ ସପ୍ତାହ ପାଇଁ ୧୪୪ ଧାରା ଜାରି କରିପାରନ୍ତି ବୋଲି ମଧ୍ୟ ଶୁଣାଯାଉଛି।

ଏବେ ସରକାର କରୋନା ଟେଷ୍ଟଟିଂ କୁ ତ୍ୱରିତ କରୁଥିବା ବେଳେ ଗତକାଲି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଆଜି ତାହା ୭ ହଜାର ପାଖାପାଖି ପହଞ୍ଚିଛି। ସେହିପରି ଟେଷ୍ଟିଂର ପଜିଟିଭ ହାର ୨୦ ପ୍ରତିଶତ ଥିବା ଜଣାପଡିଛି।