କିନ୍ନରଙ୍କୁ ବିବାହ କରି ବର୍ଷେ ଶାରୀରିକ ସମ୍ପର୍କ ପରେ ଛାଡିଦେଇଥିଲା ଯୁବକ, ଏବେ ହେଲା ଏମିତି ସମାଧାନ, ଜାଣନ୍ତୁ ପୁରା ଘଟଣା

 
Kinner love
ପ୍ରଥମେ କିନ୍ନରଙ୍କୁ ଭଲ ପାଇଲେ ଓ ଶାରିରୀକ ସମ୍ପର୍କ ରଖିବା ପରେ କିନ୍ନରଙ୍କୁ ଛାଡ଼ି ହେଲେ ଫେରାର । ଏପରି ଏକ ଘଟଣା ପରେ ଏବେ ଥାନାରେ ଅଭିଯୋଗ କରି ନ୍ୟାୟ ମାଗୁଛି କିନ୍ନର ସଂଘ । କିନ୍ନର ମାନେ କୌଣସି ବସ୍ତୁ ନୁହଁନ୍ତି । ସେମାନେ ମଧ୍ୟ ମଣିଷ । ସେମାନଙ୍କୁ ଏପରି ବ୍ୟବହାର କରି ଛାଡ଼ିଦେବା ଏକ ଘୃଣ୍ୟ ଅପରାଧ ଅଟେ ।

Kinner love

ତେବେ ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରାଜକୁଳା କାଟେଣୀ ଗ୍ରାମରେ । ସେହି ଗ୍ରାମର ନରେଶ ବେହେରାଙ୍କ ପୁଅ ଦିପ୍ତିମୟ ବେହେରା ଏପରି କାଣ୍ଡ ଘଟାଇଛନ୍ତି । ଦିପ୍ତିମୟ ଭୁବନେଶ୍ୱରରେ ରହି ଜୋମାଟୋ ରେ ଡେଲିଭରି ବୟ ଭାବେ କାମ କରନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦିପ୍ତିମୟ ଭୁବନେଶ୍ୱରର ମନ୍ଦିରରେ ଭେଟନ୍ତି କିନ୍ନର ସଞ୍ଜନାଙ୍କୁ । ଦୀର୍ଘ ଦିନର ଦେଖା ସାକ୍ଷାତ ଯିବା ଆସିବା ପରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠେ ପ୍ରେମ ସମ୍ପର୍କ । ଦୁହେଁ ଭୁବନେଶ୍ୱରରେ ଲିଭ୍ ଇନ ରିଲେସନସିପ ରେ ମଧ୍ୟ ରୁହନ୍ତି । ତେବେ ଗତ ଫେବୃୟାରୀ ମାସ ୧୭ ତାରିଖରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସଞ୍ଜନାଙ୍କୁ ମାଡ ମାରି ଦିପ୍ତିମୟ ସେଠାରୁ ଫେରାର ହୋଇ ଯାଇଥିଲେ । 

ସଞ୍ଜନାଙ୍କ କହିବା ଅନୁସାରେ ଦିପ୍ତିମୟଙ୍କ ଘର ଲୋକେ ସେମାନଙ୍କ ବାହାଘର ପାଇଁ ମନା କରି ଦେବାରୁ ଦିପ୍ତିମୟ ଓ ସଞ୍ଜନାଙ୍କର ଝଗଡ଼ା ହୋଇଥିଲା । କାରଣ 

ଦିପ୍ତିମୟ ନିଜ ଘର ଲୋକଙ୍କ କଥା ଅନୁସାରେ ସେଠାରୁ ଅର୍ଥାତ୍ ସଞ୍ଜନାଙ୍କୁ ସବୁ ଦିନ ପାଇଁ ଛାଡ଼ି ପଳାଇବାକୁ ବାହାରିଥିଲେ । ଏବଂ ଦିପ୍ତିମୟ ଠିକ୍ ସେହିଭଳି ମଧ୍ୟ କରିଥିଲେ । ସେ ସବୁ ଦିନ ପାଇଁ ସଞ୍ଜନାଙ୍କୁ ଛାଡ଼ି ନିଜ ଗାଁକୁ ପଳେଇ ଆସିଥିଲେ । 

Kinner love

ଏହା ପରେ ସଞ୍ଜନା ଏ ନେଇ ଥାନାରେ ଅଭିଯୋଗ କରିବାରୁ ଥାନା ଲୋକେ ଦିପ୍ତିମୟ ଓ ତାଙ୍କ ଘର ଲୋକଙ୍କୁ ଥାନାକୁ ଡ଼କାଇଥିଲେ । ହେଲେ ଘର ଲୋକେ ସଂଜନାଙ୍କୁ ବୋହୂ ଭାବେ ଗ୍ରହଣ ନ କରିଥିବା ବେଳେ ଦିପ୍ତିମୟ ତାଙ୍କୁ ଥାନାରେ ବିବାହ କରିଥିଲେ ।