ଏଥର‌ ଏହି ମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା, ପୁଣି ୧ ଟଙ୍କା ପଠାଇବେ ସରକାର, ଜାଣନ୍ତୁ ଆପଣଙ୍କୁ ମିଳିବ କି ନାହିଁ

 
Subhadra

ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ପୁଣି ଲକ୍ଷ ଲକ୍ଷ ମହିଳା ହେବେ ଖୁସି । ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା ।

ସୁଭଦ୍ରା

ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କୁ ଆକାଉଣ୍ଟକୁ ଯିବ । ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇବେ। ଏହା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ଯିବ। ୨୦୨୪ ଅକ୍ଟୋବର ୯ ତାରିଖ ପୂର୍ବରୁ ରାଜ୍ୟ ସରକାର ପୂର୍ବ ଭଳି ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବେ। ତା'ପରେ ପ୍ରଥମ କିସ୍ତିର ବାକି ୪,୯୯୯ ଟଙ୍କା ପଠାଇବେ।

ଅକ୍ଟୋବର ୭ ଯାଏ ପଞ୍ଜିକରଣ କରିଥିଲେ ଅର୍ଥ ମିଳିବ। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଯେଉଁ ହିତାଧିକରୀ ପଞ୍ଜିକରଣ କରିଥିବେ। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକରଣ କରି ସାରିଛନ୍ତି। କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା।

ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶୃତିବଦ୍ଧ। ଯଦି ଆପଣ ସୁଭଦ୍ରାରେ ଆବଦେନ କରିନାହାଁନ୍ତି ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୭ ଭିତରେ ତୁରନ୍ତ ଆପ୍ଲାଏ କରନ୍ତୁ । କିନ୍ତୁ ଯେଉଁମାନେ ଆପ୍ଲାଏ କରିଛନ୍ତି, କିନ୍ତୁ କେମିତି ଜାଣିବେ ସେହିଦିନ ଟଙ୍କା ପାଇବେ କି ନାହିଁ ଆସନ୍ତୁ ଜାଣିବା।

ଆପଣ ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର ଷ୍ଟାଟସ ଦେଖି ପାରିବେ । ଯାହା ଫଳରେ ଆପଣଙ୍କ ଆବେଦନ ପେଣ୍ଡିଙ୍ଗ ଅଛି ରିଜେକ୍ଟ ହୋଇଛି ଜଣା ପଡିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।