​​​ବୋଲମାନୁନି ବିଜେଡି ନେତାଙ୍କ ତୁଣ୍ଡ, ସତରେ କ'ଣ ଏଥର ନବୀନଙ୍କ ଶେଷ ନିର୍ବାଚନ ଲଢ଼େଇ? ଜାଣନ୍ତୁ ପୁରା ଖବର

 
Bjd Naveen Patnaik

ଏଥର ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ ନବୀନ। ସତରେ କଣ ନିର୍ବାଚନ ନବୀନଙ୍କ ଜୀବନର ଶେଷ  ନିର୍ବାଚନ ପାଲଟିବ। ଯଦି ଏପରି ହୁଏ ତେବେ ଦଳର କର୍ଣ୍ଣଧାର ହେବ କିଏ ଆଗକୁ କାହା ଚେହେରା ଦେଖି ଲୋକେ ଦେବେ ଭୋଟ୍। ଏପଟେ ପୁଣି ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି ନେତା ମାନଙ୍କର ତୁଣ୍ଡ ସେତେ ପ୍ରକାରର ଶୁଭୁଛି।

ଗୋଟିଏ ଜାଗାରେ ନିଜର ମନ ମୁତାବକ ଚାରି ଚାରି ବିଧାୟକ ପ୍ରାର୍ଥୀ ଘୋଷଣା କରୁଛନ୍ତି ବିଜେଡ଼ି ନେତା। ବିଜେଡିର ବରିଷ୍ଠ ନେତା ରାମ କୃଷ୍ଣ ଦାସ ମହାପାତ୍ର ଆଜି ଗଣ ମାଧ୍ୟମକୁ କହିଛନ୍ତି ଯେ ପୁରୀରେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି।

Naveen Patnaik

ଏପରି କି ଆନ୍ତର୍ଜାତୀୟ ବିମାନ ନିର୍ମାଣ ନିମନ୍ତେ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏଥର ଶେଷ ଥର ପାଇଁ ଯଦି ମୁଖ୍ୟମନ୍ତ୍ରୀ ପୁରୀ ଧାମରୁ ଲଢନ୍ତି ତେବେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ତାଙ୍କୁ ସ୍ବାଗତ କରିବେ।

ଏପଟେ ପୁଣି ମନ୍ତ୍ରୀ ଅଶ୍ଵିନୀ ପାତ୍ର ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀଙ୍କୁ ଆଗାମୀ ନିର୍ବାଚନରେ ବସ୍ତା ବିଧାନ ସଭା ଆସନରୁ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଗତ କିଛି ଦିନ ତଳେ ଭଦ୍ରକର ପୂର୍ବତନ ସାଂସଦ ମୁକ୍ତିକାନ୍ତ ଧାମନଗରରୁ ଡାକ୍ତର ସଞ୍ଜୟ ଦାସ ବିଜେଡ଼ି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ହେଲେ କିନ୍ତୁ ଏମାନଙ୍କ ପୂର୍ବ ଘୋଷଣା ନାମର ଦଳ ତରଫରୁ କୌଣସି ସ୍ପଷ୍ଟି କରଣ ଦିଆ ଯାଇ ନାହିଁ।

ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେବାର ସମ୍ଭାବନା ମଧ୍ୟ ରହିଛି। ଯଦି ଏପରି ହୁଏ ତେବେ ଓଡିଶାରେ ପ୍ରସ୍ତୁତ ହେବ ବିଜେଡ଼ି ଓ ବିଜେପିର ରଣକ୍ଷେତ୍ର ଓ ପୁରୀରେ ଦେଖାଯିବ ନବୀନ ଓ ମୋଦୀଙ୍କ ତଡ଼କା। ଏବେ କେବଳ ଦେଖିବା ବାକି ଅଛି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ନା ପୁଣି ପରମ୍ପରାକୁ ଆପଣାଇ ନେଉଛନ୍ତି।