୨୪ ରାଜନୀତି ମଇଦାନ୍‌ରେ ଷ୍ଟାରଙ୍କ କସରତ, ପ୍ରଚାରରେ ଦୌଡ଼ାଇବେ ନା ଟିକଟ ପାଇ ଲଢ଼ିବେ, ଜାଣନ୍ତୁ ପୁରା ଖବର

 
Neta vs abhineta
ସମସ୍ତଙ୍କ ପାଇଁ ବର୍ତ୍ତମାନ ରାଜନୀତି ପାଲଟିଛି ବେଶ୍ ଆକର୍ଷଣୀୟ ମଇଦାନ । ଯେଉଁଥିରେ ଭାଗ ନେବାକୁ ଆଗେଇ ଆସୁଛନ୍ତି ସମାଜରେ ଅଳ୍ପ ବହୁତ ନାମ କରିଥିବା ଲୋକ ମାନେ । କିଏ ପ୍ରଥମ ଥରକରେ ସଫଳତା ପାଉଛି ତ ଆଉ କିଏ ବର୍ଷ ବର୍ଷ ବିତି ଯାଉଥିଲେ ମଧ୍ୟ ଦଳରୁ ଟିକେଟ ଟିଏ ପାଇ ପାରୁ ନାହିଁ । ଅନ୍ୟ କ୍ଷେତ୍ର ଅପେକ୍ଷା ସିନେ ତାରକା ମାନଙ୍କର ବେଶ୍ ଭିଡ଼ ଜମିଛି ରାଜନୀତିରେ ।

Star pracaraka

ଓଡ଼ିଶାରେ ଅଭିନେତା ଅଭିନେତ୍ରୀ ମାନଙ୍କର ଫିଲ୍ମ ଅପେକ୍ଷା ରାଜନୀତିରେ ବେଶ୍ ରୁଚି ଦେଖିବାକୁ ମିଳୁଛି । ଦିନ ଥିଲା ନେତା ମାନଙ୍କ ପ୍ରଚାର ପ୍ରସାର ପାଇଁ ମଇଦାନ କୁ ଓହ୍ଲାଉଥିଲେ ଲୋକ ପ୍ରିୟ ଅଭିନେତା ଅଭିନେତ୍ରୀ । ହେଲେ ବର୍ତ୍ତମାନ କିନ୍ତୁ ନିଜର ପ୍ରଚାର ପ୍ରସାରରେ ଲାଗିଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେ ଅନୁଭବ ମହାନ୍ତି ହୁଅନ୍ତୁ କି ସିଦ୍ଧାନ୍ତ ମହାପାତ୍ର , ଅପରାଜିତା ମହାନ୍ତି ହୁଅନ୍ତୁ କି ଅରିନ୍ଦମ ରାୟ । ସମସ୍ତେ ଏବେ ରାଜନୀତି ମୁହାଁ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବା ନେଇ ଲୋକଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ଏଥର ବି ସିନେ ତାରକା ମାନେ ପ୍ରଚାର କରିବେ ନା ଟିକେଟ ପାଇ ନିର୍ବାଚନ ଲଢ଼ିବେ । ପୂର୍ବ ଭଳି ଏଥର କିନ୍ତୁ କୌଣସି ଅଭିନେତାଙ୍କର ରାଜନୀତିରେ ସେତେ ପ୍ରଭାବ ଦେଖିବାକୁ ମିଳୁନାହିଁ । 

ବଦଳିଛି ଲୋକଙ୍କ ପସନ୍ଦ । କେବଳ ଯେ ଜଣେ ଅଭିନେତା ବା ନେତ୍ରୀ ହେବାର ଉଠାଇ ନ ପାରନ୍ତି ଆଉ ଫାଇଦା । ଲୋକଙ୍କ ମଧ୍ୟରେ ଫିଲ୍ମ ତାରକା ମାନଙ୍କୁ ନେଇ କମିଛି ଉତ୍ସାହ । ତେବେ ଦେଖିବା ବାକି ରହିଲା ପୂର୍ବ ଭଳି ଏଥର ଅନୁଭବ ପାଉଛନ୍ତି କି ନାହିଁ ଟିକେଟ ।

Nirbachon

ଏପଟେ ଅନେକ ଦିନରୁ ବିଜେଡ଼ି ଟିକେଟ ପାଇଁ ଦଳରେ ପଡ଼ି ରହିଥିବା ଅରିନ୍ଦମ ଙ୍କୁ ଟିକେଟ ମିଳିବ ନା ପୁଣି ତାଙ୍କୁ ପ୍ରଚାର କରିବାକୁ ପଡ଼ିବ । କେବଳ ବିଜେଡ଼ି କାହିଁକି କଂଗ୍ରେସ ଓ ବିଜେପିରେ ମଧ୍ୟ ଦେଖିବାକୁ ମିଳିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଭିଡ଼ ।