​​​​​​ଆଉ ହେବନି ଦୁର୍ଗାପଜା, ସମୁଦ୍ର ଭିତରେ ଭୟଙ୍କର ରୂପ ନେଲାଣି ମହାବାତ୍ୟା, ଫନି ଠୁ ହୋଇ ପାରେ ବଡ, ଜାଣନ୍ତୁ ପୁରା ଖବର​​

 
Batya

ଏଥର ହୋଇ ନ ପାରେ ଦଶହରା। ମାଙ୍କ ପୂଜାରେ ହୋଇ ପାରେ ବାଧା ସୃଷ୍ଟି। ଖୁସି ବଦଳରେ ଖେଳି ଯାଇପାରେ ଦୁଃଖର ଛାୟା। ଏପରି ଆମେ ନୁହେଁ କହିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶା ସାମ୍ନା ଏକ କରିପାରେ ଭୟଙ୍କର ବାତ୍ୟା। ଯାହା ଫନି ଠାରୁ ବି ହୋଇପାରେ ଭୟଙ୍କର।

Cyclone

ପାଣିପାଗ ବିଭାଗର କହିବା ଅନୁସାରେ ସେପ୍ଟେମ୍ୱର ୩୦ ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ସମୁଦ୍ରରେ ସୃଷ୍ଟି ହେବାକୁ ଯାଉଛି ଏକ ଭୟଙ୍କର ଘୂର୍ଣ୍ଣିବଳୟ। ଯାହାର ପ୍ରଭାବ ଦେଖିବାକୁ ମିଳିବ ସ୍ଥଳ ଭାଗରେ। ଘଡଘଡି ବିଜୁଳି ସହ ଭିଜିବ ସାରା ଓଡ଼ିଶା। ତା ସାଙ୍ଗକୁ ପୁଣି ପବନର ବେଗ ନଷ୍ଟ ଭଷ୍ଟ କରି ପକାଇବ ସବୁ କିଛି।

ବାତ୍ୟାର ଭୟଙ୍କର ରୁପ ହୁଏ ତ ଓଡ଼ିଶା ବାସୀଙ୍କ ଠାରୁ କେହି ଆଉ ଭଲରେ କହି ପାରିବେ ନାହିଁ। ମଝିରେ ମଝିରେ ଆସି ଓଡ଼ିଶାର ରୂପରେଖ ବଦଳାଇ ଦିଏ ବାତ୍ୟା। କେବେ ଛଡାଇ ନିଏ ଜୀବନ ତ କେବେ ଜୀବିକା। ପୁଣି କେବେ ମୁଣ୍ଡରୁ କାଢି ନିଏ ଛାତ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଦାଉ ସାଜି ପାରେ ବାତ୍ୟା। ଅଧିକ ବା ଆମେ କଣ କରି ପାରିବା।

Cyclone

ପ୍ରାକୃତିକ ବିପର୍ଯ୍ୟୟକୁ କିଏ ବା ରୋକି ପାରିବ। ହେଲେ କେବଳ ସତର୍କତା ଅବଲମ୍ବନ କରି ବିପଦକୁ କିଛି ମାତ୍ରାରେ କମାଇ ଦେଇପାରିବା। ତେବେ ପାଣିପାଗ ବିଭାଗ ଏ ନେଇ ଲୋକ ମାନଙ୍କୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛି। ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳର ଲୋକ ମାନଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା ହୋଇଥିବା ବେଳେ ସେମାନଙ୍କ ପାଇଁ ବିଶେଷ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି।