​​​​ସୁଜାତାଙ୍କୁ ବିବାହ ପରେ ଓଡିଶାରେ ଚାକିରୀ ପାଇଁ ଆସିଥିଲା ଅଫର୍, ଗୋଟିଏ ଫୋନ୍ କଲ୍ ବଦଳାଇ ଦେଲା ପାଣ୍ଡିଆନଙ୍କ ଭାଗ୍ୟ, ଜାଣନ୍ତୁ କିପରି

 
Pandian Naveen

ପଞ୍ଜାବ କ୍ୟାଡ଼ରର ଆଇଏସ ଅଫିସର୍ ଭୀକେ ପାଣ୍ଡିଆନ । କଣ କଥାଟା ଅଡୁଆ ଲାଗିଲା କି । ଓଡ଼ିଶା ବଦଳରେ ଭୁଲ୍ ରେ ପଞ୍ଜାବ କହିଦେଲୁ ଭାବୁଛନ୍ତି କି । ନାଇଁ ଆମେ ସମ୍ପୂର୍ଣ ଠିକ୍ କହୁଛୁ । ପାଣ୍ଡିଆନ ଆଇଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସମାପ୍ତ କରିବା ପରେ ତାଙ୍କୁ ପଞ୍ଜାବ କ୍ୟାଡ଼ର ଆଲର୍ଟ କରା ଯାଇଥିଲା ।

Pandian

ହେଲେ ମାତ୍ର ଗୋଟିଏ ଫୋନ କଲ୍ ରେ ବଦଳିଗଲା କ୍ୟାଡ଼ର , ଭାଗ୍ୟ ଓ ଭବିଷ୍ୟତ । ଆଇଏସ ଅଫିସର୍ ରୁ ବନିଗଲେ ନବୀନ ଓଡ଼ିଶାର ଫାଇଭ ଟି ଅଧକ୍ଷ । ଓଡ଼ିଶାରେ ତାଙ୍କର ପ୍ରଶାସନିକ ଅଧିକାରୀର ଯାତ୍ରା ରାଜନୀତି ଦେଇ ସମାପ୍ତ ହେବ ଲାଗୁଛି । ଆପଣ ଭାବୁଥିବେ ଫୋନ୍ କଲ୍ ଟି କିଏ ଓ ଯାହା ପାଖକୁ କରିଥିଲା ଓ କାହିଁକୁ ପାଣ୍ଡିଆନ ଙ୍କୁ ପଞ୍ଜାବରୁ ଓଡ଼ିଶାକୁ ଅଣା ଗଲା ।

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କଲ୍ ଟି ୱାଜାହାଟ୍ ହବିବୁଲ୍ଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଥିଲେ । ହବିବୁଲ୍ଲା ହେଉଛନ୍ତି ଜଣେ ପ୍ରଶାସନିକ ଅଧିକାରୀ  ଏବଂ ମୁଖ୍ୟମନ୍ତ୍ରୀଙ୍କର ସ୍କୁଲ୍ ବେଳର ଏକ ଭଲ ବନ୍ଧୁ ।

Pandian naveen

ସେ ମୁଖ୍ୟମନ୍ତ୍ରୀଙ୍କୁ କଲ୍ କରି କହିଥିଲେ ଜଣେ ଭଲ ୟଙ୍ଗ ଆଇଏସ ଅଧିକାରୀ ଅଛନ୍ତି । ଯେ ବହୁତ୍ ଆକ୍ଟିଭ ଓ କର୍ମଠ । ତୁମେ ତାଙ୍କୁ ନିଜ ରାଜ୍ୟକୁ ଟ୍ରାନ୍ସଫର୍ କରାଇ ନିଅ ।

ଏବଂ ସେହିପରି ହିଁ ହୋଇଥିଲା ୨୦୦୨ ମସିହାରେ ଓଡ଼ିଶାରେ ପ୍ରଥମ ପାଦ ଥାପି ଥିଲେ ପାଣ୍ଡିଆନ । ୨୦୦୨ ମସିହା ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଏହି ଯାତ୍ରାରେ ସେ ହବିବୁଲ୍ଲାଙ୍କୁ ସତ ପ୍ରମାଣିତ କରି ନବୀନ ପଟ୍ଟନାୟକଙ୍କ ହୃଦୟ ଜିତି ଯାଇଛନ୍ତି ।