ଅନୁଭବଙ୍କ ବାପାଙ୍କ ଦେହାନ୍ତର ଏତେଦିନ ପରେ କିଛି ଏପରି କହିଲେ ବର୍ଷା, ସବୁ ଖୋଲି କହିଦେଲେ

 
Anubhav varsha
ଶେଷରେ ଅନୁଭବଙ୍କ ବାପାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବର୍ଷା । ନିକଟରେ ଅର୍ଥାତ୍ ଗତ ୧୫ ତାରିଖ ଗୁରୁବାର ଅନୁଭବଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଯାହା ଅନୁଭବଙ୍କ ପାଇଁ ସବୁଠାରୁ ବଡ ଦୁଃଖ ଦାୟକ ଘଟଣା ଥିଲା । ଯେଉଁଥିରୁ ଏ ପର୍ଯ୍ୟନ୍ତ ବି ବାହାରି ପାରୁ ନାହାଁନ୍ତି ଅନୁଭବ ।

Anubhav

ଅନୁଭବଙ୍କ ଏପରି ପରିସ୍ଥିତିରେ ସମସ୍ତଙ୍କର ନଜର ରହିଥିଲା ବର୍ଷାଙ୍କ ଉପରେ । ଅନୁଭବ ଓ ବର୍ଷାଙ୍କ ଯୋଡିକୁ ଭଲ ପାଉଥିବା ପ୍ରତ୍ୟେକ ଓଡ଼ିଶା ବାସୀଙ୍କର ରହିଥିଲା ବର୍ଷାଙ୍କ ଆସିବାକୁ । କିନ୍ତୁ ଶେଷ ଦର୍ଶନ କରିବାକୁ ମଧ୍ୟ ଆସି ନ ଥିଲେ ବର୍ଷା ।

Follow our WhatsAap channel and get all the Latest ନିଜ

WhatsApp Channel (Join Now) Join Now

ନିକଟରେ ଦୁହିଁଙ୍କର ଛାଡ଼ପତ୍ର ହୋଇ ସାରିଛି ସତ । ହେଲେ ଜଣେ ବନ୍ଧୁ ହିସାବରେ ବର୍ଷାଙ୍କ ଉପସ୍ଥିତିକୁ ସମସ୍ତେ ଖୋଜିଥିଲେ ସେଠାରେ । କାରଣ ଜଣେ ବୋହୂ ହିସାବରେ ବର୍ଷା କେବେ ନା କେବେ ଅନୁଭବଙ୍କୁ ସ୍ଵାମୀ ବୋଲି ଭାବିଥିବେ ଓ ତାଙ୍କ ବାପାଙ୍କୁ ନିଜ ଶଶୁର ହିସାବରେ ଗ୍ରହଣ କରିଥିବେ । ସ୍ତ୍ରୀ କିମ୍ବା ବୋହୂ ହିସାବରେ ନ ହେଲା ନାହିଁ ଜଣେ ଅଭିନେତ୍ରୀ ଭାବେ ଅନ୍ୟ ଏକ ଅଭିନେତାଙ୍କୁ ସାନ୍ତ୍ଵନା ଜଣାଇବାକୁ ପହଞ୍ଚିବେ ବୋଲି ଆଶା କରୁଥିଲେ ଲୋକେ । 

Varsha priyadarshini

ଏ ନେଇ ବର୍ଷା ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ବର୍ଷା ଏହି ପୋଷ୍ଟ ରେ ଲେଖିଛନ୍ତି , Even the worst pain has a purpose . It makes you stronger . ଅର୍ଥାତ୍ ଜୀବନରେ ଆସୁଥିବା ଖରାପ ରୁ ଖରାପ୍ ପରିସ୍ଥିତିର ମଧ୍ୟ ଏକ ଉଦ୍ଦେଶ୍ୟ ରହିଥାଏ । ଯାହା ମଣିଷକୁ ଅଧିକ ଶକ୍ତିଶାଳୀ କରିଥାଏ । 

ହେଲେ ବର୍ଷା ଏହି ପୋଷ୍ଟ ରେ ଅନୁଭବ କିମ୍ବା ତାଙ୍କ ବାପାଙ୍କର କୌଣସି ଫଟୋ ସେୟାର କରି ନାହାନ୍ତି । ତେବେ ବର୍ଷା ଏହି ପୋଷ୍ଟ ଟି କାହା ଉଦ୍ଦେଶ୍ୟରେ ଏବଂ କେଉଁଥି ପାଇଁ କରିଛନ୍ତି ତାହା ଜଣା ପଡି ନାହିଁ ।