ଇଷ୍ଟାରୁ ଝିଅ ପଟେଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହ ଟଙ୍କା ଝଡଉଥିଲେ ଯନ୍ତ୍ରି, ଜାଣନ୍ତୁ ପୁରା ଖବର

 
Jantri
ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ୪ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ରଖିଥିଲେ ଇଞ୍ଜିନିୟର । ଇଞ୍ଜିନିୟର ଜଣଙ୍କ ତାଙ୍କର ସବୁ ଇଞ୍ଜିନିୟରିଂ ବୁଦ୍ଧି ଖଟାଇଥିଲେ ଇନଷ୍ଟାଗ୍ରାମରେ । ଇନଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ଯୁବତୀଙ୍କୁ ଫ୍ରେଣ୍ଡ୍ କରି ନିଜ କଥାରେ ଫସାଇ ପ୍ରଥମେ ମୋବାଇଲ୍ ନମ୍ୱର୍ ଆଣୁଥିଲେ ଏବଂ ପରେ ପ୍ରପୋଜ ମଧ୍ୟ କରୁଥିଲେ ।

Jantri

ଯୁବତୀ ମାନେ ତାଙ୍କ ପ୍ରେମରେ ପଡିବା ପରେ ତାଙ୍କୁ ବାହାଘରର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ ଇଞ୍ଜିନିୟର ଯୁବକ ଜଣକ । କଥାରେ ଅଛି ପରା ଚୋର ଘର ସବୁବେଳେ ଅନ୍ଧାର ନ ଥାଏ । ଥରେ ଯୁବକ ଜଣକ ଏକାଥରେ ୪ ଜଣ ଯୁବତୀଙ୍କ ସହ କନଫ୍ରେନ୍ସ କଲ୍ ରେ କଥା ହେଉଥିବା ବେଳେ ୨ ଜଣ ଯୁବତୀଙ୍କୁ ଏ ନେଇ ସନ୍ଦେହ ହୋଇଥିଲା । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେହି ଦୁଇ ଜଣ ଯୁବତୀ ଥାନାର ଦ୍ବାରସ୍ଥ ହେବା ପରେ ଆଉ ଦୁଇ ଜଣ ଯୁବତୀଙ୍କ କଥା ମଧ୍ୟ ସାମ୍ନାକୁ ଆସିଥିଲା । ଯାହା ପରେ ଯୁବ ଇଞ୍ଜିନିୟରଙ୍କ ସବୁ କାରନାମା ଧରା ପଡିଥିଲା । ଅଭିଯୁକ୍ତ ଯୁବକଙ୍କ ନାମ ହେଉଛି ସୁକ୍ରା ସିଂହ , ବୟସ ୨୭ ବର୍ଷ । ଘର ବାରିପଦା ସଦର ଥାନା ଅଂଚଳରେ ହୋଇଥିବା ବେଳେ ସେ ରାଇରଙ୍ଗପୁର ଜଳ ସେଚନ ବିଭାଗରେ କାମ କରନ୍ତି ।