ଦେଖନ୍ତୁ ଭିଡିଓ: ରାଜଧାନୀ ରାସ୍ତାରେ ଯୁବତୀଙ୍କ ସାର୍ଟ ଚିରି ଦେଲେ, ଆଉ ତା' ପରେ କଲେ ଏମିତି

 
Jubati shirt

ସରକାର ମହିଳା ସଶକ୍ତିକରଣକୁ ନେଇ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି। ହେଲେ ସେହି ଯୋଜନା ସବୁ କଥା,କାଗଜ, ତଥା କଲମରେ ସୀମିତ ରହି ଯାଉଛି। ଆପଣ ମାନେ ହିଁ କୁହନ୍ତୁ ଯଦି ଯୋଜନା ସବୁ ଠିକ ଠିକ ଭାବେ କାର୍ଯ୍ୟକାରି ହେଉଥାନ୍ତା ତେବେ ଆଜି ବି କଣ ଆପଣ ନିଜ ଝିଅ, ସ୍ତ୍ରୀ, ବୋହୂ ଡେରି ରାତିରେ ଘରକୁ ଫେରିବା ନେଇ ଚିନ୍ତିତ ଥାନ୍ତେ।

ସ୍ବାଧିନ ଭାରତର ନାଗରିକ କହି ଉତ୍ସବ ମନାଉ ଥିବା ବେଳେ ଆଜି ଆମେ ଭୁଲି ଯାଇଛେ ଗାନ୍ଧିଜୀ ଙ୍କ କଥା। ବାପୁ କହିଥିଲେ ସେହି ଦିନ ଦେଶ ସମ୍ପୂର୍ଣ ରୂପେ ସ୍ଵାଧୀନ ହୋଇଛେ ବୋଲି ଜାଣିବା ଯେଉଁ ଦିନ ଗୋଟିଏ ନାରୀ ଅର୍ଦ୍ଧ ରାତ୍ରିରେ ନିର୍ଭୟରେ ବିଚରଣ କରି ପାରିବ।କଣ ଏହା ଆଜିକା ସମୟରେ ସମ୍ଭବ ?

ଗାଆଁ ଗହଳି କଥା ଛାଡ଼ନ୍ତୁ , ଏପରି କି ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ବି ସୁରକ୍ଷିତ ନାହାଁନ୍ତି ମହିଳା। ଏହାର ଏକ ମାତ୍ର କାରଣ ହେଉଛି ପ୍ରଶାସନର ଅବହେଳା ଓ ଆଇନ୍ ପ୍ରତି ଲୋକଙ୍କ ମନରେ ଭୟ ନ ରହିବା।

ଆସନ୍ତୁ ଜାଣିବା, ନାରୀ ସୁରକ୍ଷା ବଳୟକୁ ଭେଦି ଭୁବନେଶ୍ଵରରେ ଘଟି ଯାଇଥିବା ଏକ ଦୁର୍ଘଟଣା ବିଷୟରେ।

Gy

ରାତ୍ରି ପ୍ରାୟ ୧୦.୩୦, ଯୁବତୀ ଜଣକ ନିଜ ଅଫିସରୁ ଫେରୁଥିଲେ ରୁମକୁ। ପଟିଆରୁ ନୀଳାଦ୍ରି ବିହାର ଯାଉଥିବା ରାସ୍ତାରେ ସେ ଫେରୁଥିବା ସମୟରେ କିଛି ଦୁର୍ବୁତ୍ତ ଯୁବକ ରାସ୍ତାରେ ମଦ୍ୟପାନ କରିବା ସହିତ ରାସ୍ତାକୁ ଆବଦ୍ଧ କରିଥିଲେ। ଯୁବତୀ ଓ ତାଙ୍କ ବନ୍ଧୁ ଯିବା ପାଇଁ ବାଟ ମାଗିବାରୁ ନିଶାଗ୍ରସ୍ତ ଯୁବକ ମାନେ ତାଙ୍କ ବନ୍ଧୁଙ୍କୁ ମାରିବା ସହିତ ଯୁବତୀଙ୍କ ଡ୍ରେସ ଚିରି ଦେଇଥିଲେ। ପରେ ଯୁବତୀ ତାଙ୍କର ଅନ୍ୟ ସାଙ୍ଗ ସାଥି ମାନଙ୍କୁ ଫୋନ୍ କରି ଡାକିବାରୁ ସେମାନେ ସୁରକ୍ଷିତରେ ସେଠୁ ଆସି ପାରିଥିଲେ ବୋଲି ବୟାନ ଦେଇଛନ୍ତି ଯୁବତୀ ଜଣକ।

ଏ ନେଇ ସେ ଏବେ ଏଫ୍ଆଇଆର ଦାଖଲ କରିଛନ୍ତି ଚନ୍ଦ୍ରସେଖରପୂର୍ ଥାନାରେ।ସେ ଆହୁରି ମଧ୍ୟ କହିଛନ୍ତି ସେ ନିଜକୁ ଏବେ ରାଜଧାନୀରେ ସୁରକ୍ଷିତ ଭାବୁ ନାହାନ୍ତି। ତେଣୁ କରି ସେ ଚାକିରୀ ଛାଡ଼ିବାର ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀରୁ କଣ ପୋଲିସର ପେଟ୍ରୋଲିଙ୍ଗ ବ୍ୟବସ୍ଥା ଉଠି ଯାଇଛି।ଏହି ଘଟଣା ପରେ ଅନ୍ୟ ଝିଅ ମାନେ କେତେ ସୁରକ୍ଷିତ ମନେ କରିବେ ରାଜଧାନୀରେ? ଘରେ ଝିଅଟିଏ ଥିବା ବାପା ମାଆଙ୍କର ଚିନ୍ତା ବଢିବ ନା କମିବ?