ଏହିଦିନ ହେବ ଅନୁଭବ ଓ ଜାଗୃତିଙ୍କ ବାହାଘର, ନିଜେ ଜାଗୃତି ଖୋଲି କହିଦେଲେ ସବୁକିଛି

 
Anubhav jagriti

ଓଡିଶାର ଲୋକପ୍ରିୟ ସୁପରଷ୍ଟାର, ଯୁବ ଆଇକନ ତଥା ପ୍ରଭାବଶାଳୀ ରାଜନେତା ଅନୁଭବ ମହାନ୍ତିଙ୍କୁ ତାଙ୍କର ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ବିଶାଳ ଉନ୍ମୋଚନ ସହ ସମ୍ମାନିତ କରାଯାଇଛି। ଭୁବନେଶ୍ୱରର ହୋଟେଲ ସ୍ୟାଣ୍ଡିସ୍ ଟାୱାରଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Anubhav jagriti

ବର୍ଷାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଓ ଏଥିରେ ବିଚ୍ଛେଦ କଥା ଲେଖାଯାଇଛି । ୨୦୧୯ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ ସମସ୍ତ ଆରୋପ ଲାଗିଥିଲା କିନ୍ତୁ ଏସବୁ ଆରୋପ ମିଛ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ଅନୁଭବ । ବିବାହିତ ପୁରୁଷ ଆତ୍ମହତ୍ୟା ବଢୁଥିବା ବେଳେ ପୁରୁଷଙ୍କ ପ୍ରତି ଅତ୍ୟାଚାର କଥା ସାମ୍ନାକୁ ଆସିବା ଦରକାର ବୋଲି ଅନୁଭବ କହିଛନ୍ତି ।

ବାସ୍ତବରେ ଜାଗୃତିଙ୍କୁ ପଚରାଯାଇଥିଲା ଯେ ଅନୁଭବଙ୍କ ଫ୍ୟାନ୍ସମାନେ ଜାଗୃତିଙ୍କୁ ଭାଉଜ ବୋଲି ସୋସିଆଲ ମିଡିଆରେ ଡାକୁଛନ୍ତି। ଏହି ଭାଉଜ ଡାକ ଶୁଣି ଜାଗୃତି ରାଗିଯାଉଛନ୍ତି ନା ଭାଉଜ ଡାକ ବାସ୍ତବ ରୂପ ନେବ। ଏହି ପ୍ରଶ୍ନର ଉତ୍ତରରେ ଜାଗୃତି କହିଛନ୍ତି ଯେ ଆଗକୁ ଅନୁଭବଙ୍କ ଫ୍ୟାନ୍ସମାନେ ଖୁସି ଖବର ପାଇବେ ଓ ଅନୁଭବ ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶ କରିବେ ନାହିଁ। ଜାଗୃତିଙ୍କ ଏଭଳି ଉତ୍ତର ଉଭୟଙ୍କ ବିବାହ ଚର୍ଚ୍ଚାକୁ ଅଧିକ ଶକ୍ତି ଯୋଗାଇଛି।

ଯଦି କଥାଟା ସତ, ତେବେ ଦେଖିବାକୁ ରହିଲା ଓଲିଉଡ ସୁପରଷ୍ଟାର ଜାଗୃତିଙ୍କୁ କେବେ ବାହା ହେଉଛନ୍ତି । କେବେ ତାଙ୍କ ଜୀବନରେ 'ଆଇ ଲଭ୍ ୟୁ' ସିନେମା ଭଳି ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଛି । ଫ୍ଯାନ୍ସ ମଧ୍ୟ ଏମାନଙ୍କ ବିବାହକୁ ଚାତକ ଭଳି ଚାହିଁ ରହିଛନ୍ତି ।