ଏହି ମହିଳା ମାନଙ୍କୁ ମିଳିବ ନାହିଁ ସୁଭଦ୍ରା ଟଙ୍କା..ଯେତେ ଥର ପଞ୍ଜିକରଣ କଲେ ବି ଟଙ୍କା ମିଳିବ ନାହିଁ

 
ସୁଭଦ୍ରା

ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ନେଇ ସାରା ରାଜ୍ୟରେ ଚର୍ଚ୍ଚା। ହେଲେ ଏହି ଯୋଜନାରେ କେଉଁମାନେ ଆସିବେ କେଉଁମାନେ ଆଯୋଗ୍ୟ ସେ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାର ଜାରୀ କରିଥିବା ନିୟମ ଅନୁସାରେ ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:

୧- ଯେଉଁ ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।

୨- ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି : ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।

୩- ଆୟକର ଦେଉଥିବେ ।

୪- ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା  କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ ସଦସ୍ୟ ବ୍ୟତୀତ)

୫- ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ/ ବୋର୍ଡ / ସ୍ଥାନୀୟ ସଂସ୍ଥା / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

୬- ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।

୭- ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।

8- ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ।